ପୋଖରୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୦୨/୦୫): ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଏଵେ କରୋନା ମହାମାରୀ ସାଙ୍ଗକୁ ପାନୀୟ ଜଳର ମହାଶଙ୍କଟ ଦେଖlଦେଉଛି | ବନ୍ଧ ଗଡିଆ, ନଦୀ ନାଳ ସୁଖୀ ଯିବାରେ ବସିଛି | ସେହିଭଳି ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ରାମଗଡ ଗ୍ରାମ ମଝିରେ ଥିବା ସାନ ବନ୍ଧର ଅବସ୍ଥା କହିଲେ ନ ସରେ |

କୁଢ଼ କୁଢ଼ ଅଳିଆ ଆବର୍ଜନା ରେ ଭର୍ତ୍ତି ସାଙ୍ଗକୁ ବିଷାକ୍ତ ଦୁର୍ଘନ୍ଧ ମଇଳା ପାଣି | ଜଳ ସଙ୍କଟରୁ ମୁକ୍ତି ପାଇବା ପାଇଁ ବାଧ୍ୟ ହୋଇଗ୍ରାମବାସୀ ନୀତି ଦିନିଆଁ ବ୍ୟବହାର କରୁଛନ୍ତି ଏହି ପାଣିକୁ | ଗ୍ରାମରେ ପ୍ରାୟ ୧୫୦୦ଲୋକ ଏହିପlଣୀକୁ ବ୍ୟବହାର କରି ପ୍ରତି ବର୍ଷ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି | ଦୀର୍ଘ ୧୫ ବର୍ଷ ରୁ ଅଧିକ ହେବ ଏହି ପୋଖରୀକୁ ପରିଷ୍କାର କରିବାକୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି | ଯାହାଫଳରେ ପାଣି ଉପରେ ଏକ ନେଳିଆ ବାହାଳିଆ ସ୍ତର ଭାସୁଛି ଓ ଅଳିଆ ଆବର୍ଜନା ରେ ବନ୍ଧଟି ପୋତି ହେବାରେ ଲାଗିଛି | ପଞ୍ଚାୟତକୁ ବାରବାର ଅଭିଯୋଗ ପରେ ବି ବନ୍ଧ ର ପାଣିକୁ କିମ୍ବା ପୋତିହେଉଥିବା ଆବର୍ଜନlକୁ ନିଷ୍କାସନ କରାଯାଉନି!ଏଣୁଜିଲ୍ଲା ପ୍ରଶାସନକୁ ରାମଗଡ ଗ୍ରାମ ବାସୀଙ୍କ ଅଭିଯୋଗ ଏହି ବନ୍ଧର ପାଣି ଓ ଅଳିଆ ଆବର୍ଜନାକୁ ଯଥା ସମ୍ଭବ ପରି ସ୍କାର କରି ସ୍ଵଛଗ୍ରାମ ଓ ସ୍ଵଛଭାରତର ମହତ୍ୱକୁ ଜନସାଧାରଣଙ୍କୁ ଅନୁଭବ କରିବାକୁ ଦିଅନ୍ତୁ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: