ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା

ରିପୋର୍ଟ : ଅକ୍ଷୟ ପୀଡ଼ିସିକା
କଲ୍ୟାଣସିଂହପୁର :ତା(୧୧-୬) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ପ୍ରତିବାଦ ରେ କରପା ପଞ୍ଚୟତର କ୍ରିଷ୍ଟାପାତ୍ର ଗୁଡା ରେ ଥିବା ପେଟ୍ରୋଲ ପମ୍ପ ଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଙ୍କ ନିର୍ଦ୍ଦେଶରେ ବ୍ଲକ ସଭାପତି କୋଟା ସୁରିୟା ରାଓ ଙ୍କ ନେତୃତ୍ୱରେ ଏକ ଦଳ ବାହାରି ପେଟ୍ରୋଲ ଓ ଡିଜେଲ ପମ୍ପ ଠାରେ ଧାରଣା ଓ ବିକ୍ଷୋଭ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅପାରଗତା ଓ ଭାଟ ବୃଦ୍ଧି ପାଇଁ ସାଧାରଣ ଲୋକ ଙ୍କୁ ଅସୁବିଧା ଭୋଗ କରିବାକୁ ହେଉଛି । ଏହି ପ୍ରତିବାଦରେ ପ୍ରାୟ ୪ ଘଣ୍ଟା ଧରି କରାଯାଇଛି । ଏଥିରେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡାକା,ପିସିସି ସଦସ୍ୟ ରମେଶ ଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ବଳରାମ ନାଚିକା,ଯୁବ କଂଗ୍ରେସ କର୍ମୀ ସନ୍ତୋଷ କୌଶଲ୍ୟା,ପି ନଗଭୂଷଣ, ଶ୍ରୀନୁ, ଲଳିତ ମୁଦୁଲି ସମେତ କର୍ମୀ ନେତା ଉପସ୍ଥିତ ରହିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: