ସାଧାରଣ ଜନତାଙ୍କ ସ୍ୱର

ପେଟ୍ରାଲିଂରେ ଲୋକଙ୍କୁ ମାରି ହଟ୍ଟ ହଟ୍ଟା ହେଲେ ଥାନା ଅଧିକାରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୦/୦୨): ନବରଂଗପୁର : କାର୍ଯ୍ୟରତ ସମୟରେ ମଦ ପିଇ ଲୋକଙ୍କୁ ବିନା କାରଣରେ ମାଡ଼ ମାରିବା ଥାନା ଅଧିକାରୀଙ୍କୁ ମାହାଙ୍ଗା ପଡ଼ିଲା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡ଼ା ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ରାତ୍ର ୮ .୩୦ ଘଣ୍ଟା ସମୟରେ ସରୁଗୁଡା ଗ୍ରାମର ରତ୍ନାକର ବିଷୋୟୀ ନାମକ ଜଣେ ଯୁବକ ନିଜ ଦୋକାନ ବନ୍ଦ କରି ବାହାରେ ଛିଡ଼ା ହୋଇଥିବା ସମୟରେ ପାଣ୍ଡି ଅଧିକାରୀ ସୁରେନ୍ଦ୍ର ପ୍ରଧାନ ବିନା କାରଣରେ ମାଡ଼ ମାରିବାରେ ଲାଗିଥିଲେ ।

ପରେ ରତ୍ନାକର ଚିତ୍କାର ଶୁଣି ଗ୍ରାମର ଲୋକେ ଆସି ଥାନା ଅଧିକାରୀଙ୍କୁ ଘେରିବା ସହ କାହିଁକି ମାରିଥିଲେ ବୋଲି ପଚାରି ଥିଲେ । କିନ୍ତୁ ପୋଲିସ ବାବୁ କୌଣସି ଉତ୍ତର ନ ଦେଇ ହଟ୍ଟ ହଟ୍ଟା ହୋଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକେ କହିବା ଅନୁଯାୟୀ ନନ୍ଦହାଣ୍ଡି ବ୍ଲକ ପୂର୍ବତନ ଚେୟାରମ୍ୟାନ ଙ୍କ ପୁଅ ପିଣ୍ଟୁ ମୁଦୁଲି (୧୨ )ଙ୍କୁ ମଧ୍ୟ ମାଡ଼ ମାରିଥିବା କହିଛନ୍ତି । କିନ୍ତୁ ହେଡୁ ବାବୁ ଙ୍କ କହିବା ଅନୁଯାୟୀ ଚୋର ଡକାୟତ ଖୁଣ୍ଟିଆ ଗ୍ରାମର ଛକରେ ଲୋକଙ୍କୁ ଲୁଟୁଛନ୍ତି । ତେଣୁ ପେଟ୍ରୋଲିଂ କରିବା ସମୟରେ ସନ୍ଧେହ କରି ମାଡ଼ ମାରିଥିବା କହିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ସେ ଯେତେବେଳେ ମାଡ଼ ମାରିଥିଲେ ସେତେବେଳେ ଅପ୍ରଯ୍ୟାପ୍ତ ମଦ ପିଇ ଥିଲେ ଓ ମଦ ପୁଡ଼ିଆ ନିଜ ପକେଟରେ ରଖିବା ଥିବା ଲୋକ ମାନେ କହିଛନ୍ତି । ରାତିରେ ପୋଲିସ ମାନେ ମଦ୍ୟପାନ କରି ବୁଲି ଲୋକଙ୍କୁ ପିଟିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ମଦ ପିଇ ଥିବା ଅଭିଯୋଗକୁ ଥାନା ଅଧିକାରୀ ଅସ୍ୱୀକାର କରିଛନ୍ତି । ଏ ନେଇ କୌଣସି ଲୋକ ଥାନାରେ ଲିଖିତ ଅଭିଯୋଗ କରି ନ ଥିବା ଜଣାପଡିଛି ।

Welcome to Odisha News24

%d bloggers like this: