ପୂର୍ବତନ କାଉନ୍ସିଲର ତଥା ଶିକ୍ଷାବିତ୍ ସ୍ବର୍ଗତ ଶ୍ରୀନିବାସ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ, ୧୧/୧୨): କୋଟପାଡର ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ କାଉନ୍ସିଲର ସ୍ବର୍ଗତ ଶ୍ରୀନିବାସ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ସ୍ଥାନୀୟ ଚୈତନ୍ୟ ମନ୍ଦିର ପ୍ରାଙ୍ଗଣରେ ଗତ ସୋମବାର ଦିନ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ପିତ୍ତଳ ଥାଳି, ଘଣ୍ଟ ଓ ଖଦଡ ଇତ୍ୟାଦି ଉପଢୌକନ ପ୍ରଦାନ କରାଯାଇଥିଲା ।

ବରିଷ୍ଠ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ସ୍ବର୍ଗତ ମିଶ୍ରଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ।ଶ୍ରୀ ସୁଧୀର ରଞ୍ଜନ ମିଶ୍ରଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଏସି ଉପାଧ୍ୟକ୍ଷ ଶ୍ରୀ ବାପୁନ ତ୍ରିପାଠୀ, ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବୈଦ୍ୟନାଥ ପୁଜାରୀ ବଣିକ ସଂଘର ସମ୍ପାଦକ ବି. ଶଙ୍କର ରାଓ,ସମାଜସେବୀ ରାମା ରାଓ, ଆଦିତ୍ୟ ମିଶ୍ର, ପ୍ରଫୁଲ୍ଲ ବିଷୋୟୀ, ବଳକାମ ସାହୁ, କେ.ମୁରଲୀ କ୍ରିଷ୍ଣା, ମନୋଜ ପଟ୍ଟନାୟକ,ଗଣେଶ ପଣ୍ଡା,ସୁଧୀର ପ୍ରହରାଜ,ଶରତ ମହାନ୍ତି, ବାଲ୍ୟ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ମଧ୍ୟାହ୍ନରେ ସ୍ମୃତି ରଞ୍ଜନ ମିଶ୍ରଙ୍କ ଦ୍ବାରା ଅନ୍ନ ପ୍ରସାଦ ର ଆୟୋଜନ କରାଯାଇଥିବା ଜଣାପଡିଛି ।

Welcome to Odisha News24

error: Content is protected !!
%d bloggers like this: