ପୁଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଟଙ୍କାରୁ ୧୧ହଜାର ଟଙ୍କା ଦାନ କଲା ୬ବର୍ଷର ଶିଶୁ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୧୩/୦୫): ରାସ୍ତାରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି ୬ ବଷୟର ଶିଶୁ ଦେବଙ୍କ ଅଗ୍ରୱାଲ । ଅବିଭାବକଙ୍କ ସହ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କକୁ ଏହି ଟଙ୍କା ଦାନ କରିଛନ୍ତି ଦେବଙ୍କ । ଏହି ଟଙ୍କା ମୁଖ୍ୟତଃ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ଦାନ କରିଥିବା ଦେବଙ୍କ କହିଛନ୍ତି ।

ଦେବଙ୍କର ବୟସ ବର୍ତ୍ତମାନ ୬ବର୍ଷ । ସେ ପ୍ରଥମ ଶ୍ରେଣୀରେ ପଢୁଛି । ଦେବଙ୍କର କହିବା କଥା କି ପୁଲିସ ଏହି କରୋନା ସମୟରେ ରାସ୍ତା ଉପରେ ଡ୍ୟୁଟି କରି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । ତେବେ ଜଣେ କୁନି ପିଲାରେ ଏଭଳି ଚିନ୍ତାଧାରକୁ ପ୍ରଶଂସା କରିଛନ୍ତି ପୁଲିସ କମିସନର । ଛୋଟ ପିଲାର ଏହି ସାହାଯ୍ୟ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟ କରିବା ପ୍ରେରଣା ଯୋଗାଇବ ବୋଲି କମିଶନର କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: