ସାଧାରଣ ଜନତାଙ୍କ ସ୍ୱର

ପୁଲିସ ଓ ମାଓବାଦୀ ଗୁଳିବିନିମୟ , ହାର୍ଡକୋର ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ

ରିପୋର୍ଟ: ଅସୀମ ବିଶ୍ୱାସ //
ମାଲକାନଗିରି (୦୭/୦୨): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ପୁଲିସ ଓ ମାଓବାଦୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି | ଏଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି |9a393b52 1e7b 4d42 b882 6e31b9221303

ମିଳିଥିବା ସୂଚନା ଅନୁଯାୟୀ କଟେକଲ୍ୟାଣ ଥାନା ଅନ୍ତର୍ଗତ ସୁରନାର ଏବଂ ଟେଲମ ମଧ୍ୟରେ ରହିଥିବା ଜଙ୍ଗଲମଧ୍ୟରେ କଟେକଲ୍ୟାଣ ଏରିଆ କମିଟିର ଦୁର୍ଦାନ୍ତ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ସୂଚନା ମିଳିବାପରେ ସୁରନାର ଏବଂ ଟେଲମକୁ ଡି.ଆର.ଜି ର ଦୁଇଟି ଟିମ କୁମ୍ବିଂ ପାଇଁ ପଠାଯାଇଥିଲା | ମାଓବାଦୀ କ୍ୟାମ୍ପ ପାଖରେ ଯବାନ ପହଂଚିବା ପରେ ପ୍ରଥମେ ସେହି ସ୍ଥାନକୁ ଯବାନମାନଙ୍କ ଦ୍ୱାରା ଘେରା ବନ୍ଦୀ କରାଯଇଥିଲା | ଏହା ପରେ ଡି.ଆର.ଜି ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା | ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ଜଙ୍ଗଲ ଆଢୁଆଳରେ କିଛି ମାଓବାଦୀ ଖସି ଚାଲିଯିବାରେ ସକ୍ଷମ ହୋଇଥିଲେ କିନ୍ତୁ ସର୍ଚିଙ୍ଗ ସମୟରେ ଜଣେ ହାର୍ଡକର ମାଓବାଦୀ ର ମୃତ ଶରୀର ଜଙ୍ଗଲ ମଧ୍ୟରୁ ମିଳିଥିଲା | ତାସହ ବନ୍ଧୁକ, ମାଓ ସାମଗ୍ରୀ ଯବାନମାନେ ଉଦ୍ଧାର କରିଥିଲେ | ମୃତ୍ୟୁ ମାଓବାଦୀ ଜନମିଲସିୟ କମାଣ୍ଡର ମୁଚାକି ମାଶା ବୟସ ୨୭, ଗ୍ରାମ ଟେଟେମ | ମୃତ ମାଓବାଦୀ ମୁଚାକି ମାଶା ନାମରେ ଛତିଶଗଡ ସରକାର ଏକ ଲକ୍ଷ ରାଶି ପୁରସ୍କାର ଘୋଷଣା କରିଥିଲେ | ଦାନ୍ତେୱାଡା ଏସ. ପି. ଅଭିଷେକ ପଲ୍ଲଭ ଗଣମାଧ୍ୟମକୁ କହିଛନ୍ତି l

Welcome to Odisha News24

%d bloggers like this: