ପୁରୀରେ ଦୋକାନୀ, ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୨୦/୦୫): ପୁରୀରେ ଗତକାଲି ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ପୁଲିସ୍ ମାଡ଼ ମାରିଥିବା ଘଟଣାକୁ ଗୁରୁତର ସହିତ ନେଇଛନ୍ତି ଡିଜିପି ଶ୍ରୀ ଅଭୟ । ଏହି ଘଟଣାର ତଦନ୍ତ କରି ରାଜ୍ୟ ପୁଲିସ ମୁଖ୍ୟାଳୟକୁ ତୁରନ୍ତ ରିପୋର୍ଟ ପଠାଇବା ପାଇଁ ପୁରୀ ଏସ୍ପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

ସୂଚନାଯୋଗ୍ୟ, ଳଗତକାଲି ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୁଲିସ୍ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୁଲିସ୍ ସେମାନଙ୍କୁ ମାଡ଼ ମାରିଥିବା ଦୋକାନୀମାନେ ଅଭିଯୋଗ କରିଥିଲେ । ସେହିପରି ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ପୁରୀରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ରାସ୍ତା ଉପରେ ବସି ପୁଲିସର କାର୍ଯ୍ୟାନୁଷ୍ଠାନକୁ ଦୋକାନୀମାନେ ବିରୋଧ କରିଥିଲେ । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ମଧ୍ୟ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ସମାଲୋଚନା କରାଯାଇଥିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: