ପୁରୀରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର/ପୁରୀ, ତା୦୭-୦୧:ପୁରୀର ସୁଦ୍ଧ ମହାବୀର ଲେବୁଲ କ୍ରସିଂ ରୁ ଆଜି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ।

ପୁରୀରେ ଚାଲିଛି ବେଧଡକ ବ୍ରାଉନସୁଗାର କାରବାର । ଆଗି ପୁରୀରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୁରୀର ସୁଦ୍ଧ ମହାବୀର ଲେବୁଲ କ୍ରସିଂ ରୁ ଆଜି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି ଅବକାରୀ ବିଭାଗ । ଆଉ ଏହାର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁଚନା ମିଳିଛି । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ । ସୁଚନା ଅନୁଯାୟୀ, ବାଲେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରାଉନସୁଗାର ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗ ଖବର ପାଇବା ପରେ ଚଢ଼ାଉ କରିଥିଲା । ବିଭାଗ ପକ୍ଷରୁ ସିଦ୍ଧ ମହାବୀର ରେଳ ଫାଟକ ଠାରୁ ବ୍ରାଉନସୁଗାର ଜବତ କରାଯାଇଛି । ଏଥିସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: