ପୁଣି ହରଭଙ୍ଗା (ବୌଦ୍ଧ) M.G.N.R.E.G. A ଯୋଜନାର ବାଟ ମାରଣା

ରିପୋର୍ଟ: ସୁଶାନ୍ତ କୁମାର ବେହେରା //
ହରଭଙ୍ଗା,ବୌଦ୍ଧ(୨୯/୦୧): M. G. N. R. E. G. A ଯୋଜନା ରେ (2426002/D. P /10365117)NO ରେ mango plantation 2018/2019 ମସିହାରେ ହରଭଙ୍ଗା ବ୍ଲକ, ରାମଗଡ ପଂଚାୟତ, କୋଇଲିସୁତା ଗ୍ରାମରେ ବାସୁଦେବ ପ୍ରଧାନ ଙ୍କ ର ନେତୃତ୍ୱରେ ଶ୍ରୀ ବାସୁଦେବ ପ୍ରଧାନ, ଶ୍ରୀମତୀ ମିନାର୍ଭା ବେହେରା, ମିତାମିନି ବେହେରା, ମମତା ଦେହୁରୀ, ଶ୍ରୀ ରଶ୍ମିରଂଜନ ବାଘ ନାମକ ପାଞ୍ଚ ଜଣ ଚାଷୀ 10.05 ଏକର ଜମିରେ ଆମ୍ବ ଗଛ ଚାଷ କରିଛନ୍ତି |

ଚାଷୀ ଙ୍କ ଅଭିଯୋଗ ସରକାରଙ୍କର ଏହି ଯୋଗାନା ରେ ଚାଷ କଲେ ସରକାର କାର ଙ୍କ ତରଫରୁ P. M. K. S. Y. ଅନୁଯାଇ ଆମ୍ବ ଗଛ ଗୁଡିକରେ ବୁନ୍ଦା ଜଳ ସେଚନ ର ବାବସ୍ଥା ଥିଲେ ମଧ୍ୟ ଆଜି ପର୍ଯନ୍ତ ହୋଇ ପରି ନାହିଁ | ତେଣୁ ଚାଷୀ ମାନେ ନିଜେ ପାଣି ବୋହି ଆମ୍ବ ଗଛ ଗୁଡିକ ରେ ପାଣି ଦେଉଛନ୍ତି! ଚାଷୀ ମାନଙ୍କୁ ହେକଟର ପିଛା ଉଚିତ ପରିମାଣରେ ସ୍ପିନକ୍ଲର ବଣ୍ଟନ ହୋଇ ପରି ନି | ଆମ୍ବ ଗଛ ଗୁଡିକରେ ଔଷଧ ସିଞ୍ଚନ ଓ ମାଲଚିଂ କରିବାର ନିମୟ ଥିଲେ ମଧ୍ୟ ଆଜି ପର୍ଯନ୍ତ ଚାଷୀ ଏହି ସୁବିଧା ରୁ ବଞ୍ଚିତ ଅଛନ୍ତି | ଆମ୍ବ ଗଛ ଗୁଡିକର ରକ୍ଷଣା ବେକ୍ଷଣ କରି ବା କୁ ଆସୁଥିବା ଟଙ୍କା ଚାଷୀ ମାନଙ୍କୁ ଆଜି ପର୍ଯନ୍ତ ଠିକ ଭାବରେ ମିଳି ପାରିନି | ସରକାର ଙ୍କ ଏହି ଯୋଜନା ରେ ଚାଷୀ ଙ୍କୁ ମିଳୁ ଥିବା ଅଧିକାର ଗୁଡିକ ମିଳିନଥିବା ରୁ ଚାଷୀ ମାନେ ବୌଦ୍ଧ ଉଦ୍ୟାନ କୃଷି ନିଁର୍ଧେସକ ବୌଦ୍ଧ (ହରଭଙ୍ଗା ବ୍ଲକ ) ପୁରୁଣାକଟକ ଉଦ୍ୟାନ କୃଷି ସମୀକ୍ଷକ ଙ୍କୁ ବାରମ୍ବାର ର ଅଭିଯୋଗ କରି ଥିଲେ ମଧ୍ୟ ଏହା ଉପରେ କାହାରି ଦୃଷ୍ଟି ପଡୁନି | ତେଣୁ ଚାଷୀ ଙ୍କ ମନ ରେ ସନ୍ଦେହ ତାଙ୍କୁ ମିଳୁ ଥିବା ସରକାରୀ ସୁବିଧା ଗୁଡିକ ବାଟ ମାରଣ ହାଉଛି! ଏହାର ସଠିକ ତଦାରଖ କରି ଚାଷୀ ଙ୍କୁ ତାଙ୍କର ସରକାରୀ ପ୍ରାପ୍ୟ ନ ଦେଲେ ଆଗକୁ ବୌଦ୍ଧ ଜିଲ୍ଲାପାଳ ଙ୍କୁ ଏହି ସବୁ ଅସୁବିଧା ର ଅଭିଯୋଗ କରିବା ପାଇଁ ଜଣାଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: