ପୁଣି ବାଲିଯାତ୍ରା ମାନିଲାନି କୋଭିଡ କଟକଣା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୭/୦୬): କଟକଣାକୁ ଅଣଦେଖା କରି ଯାତ୍ରାରେ ଏକାଠି ସାମିଲ ହେଲେ ଶହ ଶହ ଲୋକ । ନବରଙ୍ଗପୁର ଜିଲ୍ଲାରୁ ପୁଣି ଆସିଛି କଟକଣା ଉଲ୍ଲଘଂନର ଦୃଶ୍ୟ । କୋଭିଡ କଟକଣା ଉଲ୍ଲଘଂନ କରି ଯାତ୍ରା ପାଲିଥିବାରୁ ଯାତ୍ରା କମିଟି ଠାରୁ ୧୦ ହଜାର ଜୋରିମାନା ଆଦାୟ କଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣର ମାତ୍ରା ବଢି ଚାଲିଥିବା ବେଳେ ଲୋକେ ପର୍ବ ପର୍ବାଣୀ, ଯାନିଯାତ୍ରା , ନାମରେ ଶହ ଶହ ଲୋକ ଏକାଠି ହୋଇ କୋଭିଡ ନିୟମକୁ ଉଲ୍ଲଘଂନ କରିବାରେ ଲାଗିଛନ୍ତି ।

ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୁସୁମପାଲ୍ଲୀ ଗ୍ରାମରେ  ସରକାରଙ୍କ କୋଭିଡ଼ କଟକଣା ସତ୍ତ୍ଵେ , ପାଳନ ହେଲା ଗଣପର୍ବ ବାଲିଯାତ୍ରା , ରୁଣ୍ଡ ହେଲେ ହଜାର ହଜାର ଲୋକେ , ନାଚଗୀତର ଜମିଥିଲା ଆସର । ସମ୍ପ୍ରତି ଭୟାଭୟ କରୋନା ସ୍ଥିତିରେ ଏଭଳି ପର୍ବପର୍ବାଣୀ ଆୟୋଜନ ନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତ କଟକଣାକୁ ଅଣଦେଖା କରି ନାଚଗୀତରେ ମାତିଥିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଗତକାଲି କୋଷାଗୁମୁଡ଼ା ବ୍ଲକ କୁସୁମପାଲ୍ଲୀ ଗ୍ରାମରେ ଘଟିଛି । ପାରମ୍ପରିକ ନାଚଗୀତରେ ମସଗୁଲ ଥିଲେ , କୌଣସି ଲୋକ ମାସ୍କ ପିନ୍ଧିନଥିଲେ କି ସମାଜିକ ଦୂରତା ରକ୍ଷା କରି ନଥିଲେ । କରୋନାର କୌଣସି ନିୟମକୁ ପାଳନ ହୋଇ ନଥିବା ଜାଣିବା ପରେ କଟକଣାକୁ ଅମାନ୍ୟ କରି ବାଲିଯାତ୍ରା ପାଳନ କରି ପ୍ରଶାସନିକ କଟକାଣାକୁ ଏକ ପ୍ରକାର ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ଏତେ ସଂଖ୍ୟକ ଲୋକ ବାଲିଯାତ୍ରାରେ ସାମିଲ ହେବା ଓ ବାଲିଯାତ୍ରା ପଡ଼ିଆରେ ଦୋକାନ ବଜାର ବସି ପ୍ରବଳ ଗହଳି ହେଇଥିବା ଖବର କୋଡ଼ିଙ୍ଗା ତହସିଲଦାର ଓ କୋଷାଗୁମୁଡା ପୁଲିସ ଅପରାହ୍ନରେ ଉକ୍ତ ଗ୍ରାମରେ ଚଡାଉ କରି ବାଲିଯାତ୍ରା କୁ ବନ୍ଦ କରିବା ସହ କମିଟି ଠାରୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରିବା ସହ କମିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏ ନେଇ କୋଣସି ସରକାରୀ ଅଧିକାରୀଙ୍କୁ ପ୍ରତିକ୍ରିୟା ମିଳିପାରି ନାହିଁ ।

Welcome to Odisha News24

error: Content is protected !!
%d bloggers like this: