ପୁଣି ଚିନ୍ତା ଘାରିଲା ପ୍ରଶାସନର, ଜିଲ୍ଲାରେ ସଂକ୍ରମିତ ହାର ସତକରୁ ବୃଦ୍ଧି ହରଭଙ୍ଗା ବ୍ଲକ ହିଟଲିଷ୍ଟରେ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୧୦/୦୬): ଏହିକିଛି ଦିନ ହେବ ଦ୍ୱିତୀୟ ଲହରୀ କରୋନା ସଂକ୍ରମିତ ହାର ବୌଦ୍ଧ ଜିଲ୍ଲାରେ ହ୍ରାସ ପାଉଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବାହାରେ ଥିଲା | କିନ୍ତୁ ହଠାତ ଆଜି ଜିଲ୍ଲାରେ ୧୩୦ ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହେବା ଫଳରେ ପ୍ରଶାସନର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି |

ଆଜି ଜିଲ୍ଲା ରିପୋର୍ଟ ଅନୁଯାଇ ବୌଦ୍ଧ ଜିଲ୍ଲାରେ ସମୁଦାୟ ୧୩୦ ଜଣ ପଜିଟିଭ ଥିବା ବେଳେ ହରଭଙ୍ଗା ବ୍ଲକ ହରଭଙ୍ଗା ପଂଚାୟତ ଡ଼ିଆଁଘାଟ ଗାଁରେ ଜିଲ୍ଲାର ସର୍ବାଧିକ ୩୧ ଜଣ ନୂତନ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି | ସେହିପରି କଣ୍ଟାମାଳ ବ୍ଲକ ରେ ୨୨ ଜଣ, ବୌଦ୍ଧ ବ୍ଲକରେ ୮ ଜଣ, ବୌଦ୍ଧ N A C ରେ ୪ ଜଣ ଓ ସବୁବେଳେ କରୋନା ସଂକ୍ରମିତ ହାରରେ ଜିଲ୍ଲାରେ ହିଟଲିଷ୍ଟରେ ଥିବା ହରଭଙ୍ଗା ବ୍ଲକରେ ୯୪ ଜଣ ରୋଗୀ ଚି଼ହ୍ନଟ ହୋଇଥିବାର ସୂଚନାମିଳୁଛି |

Welcome to Odisha News24

error: Content is protected !!
%d bloggers like this: