ସାଧାରଣ ଜନତାଙ୍କ ସ୍ୱର

ପିକ ଅପ ଗାଡି ଦୁର୍ଘଟଣା ଗ୍ରସ୍ତ- ୩ ଗୁରୁତର

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୨୬/୦୪): ସୋମବାର ସନ୍ଧ୍ୟା ସାତ ଟାରେ ଲୋଇସିଂହା ବ୍ଲକ ଘୁଙ୍ଗି-ଗେର୍ଡି ରାସ୍ତାରେ ଏକ ପିକ ଅପ ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି ।

ସୂଚନା ମତେ, ପାଟଣାଗଡ଼ ବ୍ଲକ ବେହେରାବନ୍ଧ ଠାରୁ ଲୋଇସିଂହା ବ୍ଲକ ବୁରୋମୁଣ୍ଡା ଗ୍ରାମକୁ ଏକ ପିକ ଅପ ଗାଡ଼ିରେ ଯୌତୁକ ସାମଗ୍ରୀ ନେଇ ବରଘର ଲୋକେ କନ୍ୟାଘରକୁ ଆସିଥିଲେ । ସେଠାରୁ ଫେରିବା ସମୟରେ ଗାଡିଟି ରାସ୍ତା କଡରେ ଥିବା ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଥିଲା । ଫଳରେ ଗାଡିର ଡ୍ରାଇଭର ସମେତ ସେଥିରେ ବସିଥିବା ଆଉ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ କୋଶଲ ସେନାର କୌସ୍ତୁଭ ସାହୁଙ୍କ ସମେତ ଯୁବକ ମାନେ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ବଲାଂଗୀର ଡାକ୍ତରଖାନାରେ ଭର୍ତି କରିଥିବା ଜଣାଯାଇଛି । ଆହତ ମାନଙ୍କ ପରିଚୟ ମିଳି ପାରିନାହିଁ ।

Welcome to Odisha News24

%d bloggers like this: