ପାର୍କିଂ ବ୍ୟବସ୍ଥା ନ ଥିବାରୁ ସିଲ ହେଲା ଏକ୍ସିସ ବ୍ୟାଙ୍କ, ଟିଟିଲାଗଡ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୦୨-୦୨): ଟିଟିଲାଗଡ ସହର ସ୍ଥିତ ବ୍ୟାଙ୍କ ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ କୁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପଧ୍ୟାୟ ସିଲ କରିଛନ୍ତି । ସୂଚନା ଅନୁଯାୟୀ ଟିଟିଲାଗଡ ସହର ରେ ଓଭର୍ବ୍ରିଜ ନିର୍ମାଣ ସରିଥିବା ସତ୍ୱେ କାର୍ଯ୍ୟକାରୀ କରାଯାଇନାହିଁ । ତଥା ସହର ରୁ ବାଇପାସ ରାସ୍ତା ଵ୍ୟଵସ୍ଥା ସମ୍ପୂର୍ଣ୍ଣ ହୋଇ ନ ଥିବା ଓ ଉପଯୁକ୍ତ ବ୍ୟବସ୍ଥା ସଠିକ ଭାବେ ନ କରିବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଇତି ମଧ୍ୟରେ ଜଣେ ବ୍ୟକ୍ତିଙ୍କର ସହର ଭିତରେ ଟ୍ରକ ଚାପାରେ ଶୋଚନୀୟ ମୃତ୍ୟୁ ଘଟିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମୁଖ୍ୟ ରାସ୍ତାକୁ ଲାଗି ରହିଛି । ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରେ ଲାଗିଛି । ଏହାକୁ ନଜରରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ତଥା ଟିଟିଲାଗଡ ପୌରପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଗତ ୨୦୨୦ ମସିହା ଡିସେମ୍ବର ୫ ତାରିଖରେ ଏକ୍ସିସ୍ ବ୍ୟାଙ୍କକୁ ନୋଟିସ କରିଥିଲେ । ଟିଟିଲାଗଡ ର ବ୍ୟାଙ୍କ ଛକରେ ଏକ୍ସିସ୍ ବ୍ୟାଙ୍କ ଥିବା ବେଳେ ଉକ୍ତ ସ୍ଥାନରେ ଉକ୍ତ ଜାଗା ମାଲିକ ଗତ ଡିସେମ୍ବର ମାସରେ ଉକ୍ତ ସ୍ଥାନର ମାଲିକ ଟିଟିଲାଗଡ ପୌରପରିଷଦ ରୁ ପାର୍କିଂ ସ୍ଥଳ ପାଇଁ ଓ ବ୍ୟାଙ୍କ ପାଇଁ ଅନୁମତି ଆଣି ସେଠାରେ ବ୍ୟାଙ୍କ କାର୍ଯ୍ୟକାରୀ କରିଥିଲେ । ହେଲେ ପାର୍କିଂର ବ୍ୟବସ୍ଥା ନ ଥିବାରୁ ଏକ ମାସ ମଧ୍ୟରେ ଉକ୍ତ ବ୍ୟବସ୍ଥା କରିବା କିମ୍ବା ଅନ୍ୟତ୍ର ବ୍ୟାଙ୍କ ସ୍ଥାନାନ୍ତରିତ କରିବା ପାଈଁ ପୌରପରିଷଦ ଅଧିକାରୀ ତଥା ଉପଜିଲ୍ଲାପାଳ ନୋଟିସ ଦେଇଥିଲେ । ହେଲେ ଉକ୍ତ ନିର୍ଦ୍ଦେଶ କୁ ଖାତିର ନ କରି ବ୍ୟାଙ୍କ ସେମିତି ଚାଲିବା ଦ୍ୱାରା ଲୋକେ ନାହିଁ ନ ଥିବା ହଇରାଣ ହେବା ଦେଖାଯାଉଥିଲା । ବ୍ୟାଙ୍କ ର ଗ୍ରାହକ ଓ ସାଧାରଣ ଉକ୍ତ ସଙ୍କୁଚିତ ସ୍ଥାନରେ ହଟହଟା ହେବା ନେଇ ଟିଟିଲାଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ସୋମେଶ ଉପଧ୍ୟାୟ ପୋଲିସ ପ୍ରଶାସନ ସହ ଉକ୍ତ ବ୍ୟାଙ୍କ କୁ ସିଲ କରିଛନ୍ତି । ସେହିପରି ସହର ର ହାଟପଦା ର ସାପ୍ତାହିକ ଓ ଦୈନିକ ବଜାର ଦେଇ ଟ୍ରକ ବସ ରୁ ନେଇ ଦୁଇ ଚକିଆ, ଚାରି ଚକିଆ ଯାନ,ବାହାନ ଯାତାୟାତ ଯୋଗୁଁ ଦୀର୍ଘ ସମୟ ଧରି ଲୋକ ଭିଡ ଯୋଗୁଁ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ସେହିପରି ଏହି ରାସ୍ତା ରେ ଆମ୍ବୁଲାନ୍ସ ବି ଦୀର୍ଘ ସମୟ ଧରି ଅଟକି ରହୁଛି । ଏ ନେଇ ସହର ରେ ଏକ ସ୍ୱତନ୍ତ୍ର ବାଇପାସ ରାସ୍ତା ବ୍ୟବସ୍ଥା କରିବା କୁ ଦାବି ହେଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: