ସାଧାରଣ ଜନତାଙ୍କ ସ୍ୱର

ପାରିବାରିକ କଳହକୁ ନେଇ ଗୋଷ୍ଠୀ ସଂଘର୍ଷ, ଏକାଧିକ ଗୁରୁତର ଆହତ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୭-୦୨): ବଲାଙ୍ଗୀର ପେନ୍ଦୁମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ । ଉଭୟ ପରିବାର ୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଥିବା ମଧ୍ୟ ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ପେନ୍ଦୁମୁଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା । ଯାହାର ପରିଣତି ଶେଷରେ ରକ୍ତାକ୍ତ ସଂଘର୍ଷରେ ପାଲଟିଥିଲା । ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୫ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Welcome to Odisha News24

%d bloggers like this: