ପାନୀୟ ଜଳ ର ମହାଶଙ୍କଟ, ବୌଦ୍ଧ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୧୮/୦୪): କିଡ଼ନୀ ମହାମାରୀ ର ପେଣ୍ଠ ସ୍ଥଳୀ ପାଲଟିଥିବା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି | ବୋଧେ ଜାଣି ନଜାଣିଲା ଭଳି ସ୍ଥାନୀୟ ରାଜନେତା ମାନେ ଏହା ଉପରେ ଧ୍ୟାନ ଦେଉନାହାନ୍ତି |

ବିଭିନ୍ନ ନଳକୂପ ଅଚଳ ଅବସ୍ଥା ଓ କିଛି ନଳକୂପ ଏମିତି ଅଛି ଗୁଣ୍ଡ ମିଶା ଦୁର୍ଗନ୍ଧ ପାଣି ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ପଡୁଛି | ଏହା ଉପରେ ବାରମ୍ବାର ସୋସିଆଲ ମିଡ଼ିଆରେ ଜଣାଇଲେ ମଧ୍ୟ କିଛି ବି ପ୍ରଭାବ ପଡୁନି | ଏପଟେ ଗ୍ରୀଷ୍ମ ପ୍ରଭାବରେ ପାଣି ଟୋପେ ପାଇଁ ଧନ ଜୀବନ ଅସ୍ତବ୍ୟସ୍ତ | ଘଟଣା ଘଟିଛି ଧଳପୁର ପଂଚାୟତର ଧଳପୁର ବେତେରାସାହି ଠାରେ ଥିବା ଏକ ମାତ୍ର ନଳକୂପ ଯେଉଁ ଥିରୁ ଗୁଣ୍ଡ ମିଶା ମଇଳା ପାଣି ସାହି ବାସିନ୍ଦା ବ୍ୟବହାର କରୁଛନ୍ତି | ବାରମ୍ବାର ପଞ୍ଚାୟତକୁ ଅଭିଯୋଗ କରିଥିବାର ସୂଚନା ମିଳୁଛି | ଏଣୁ ବୌଦ୍ଧ ପ୍ରଶାସନକୁ ସାହି ବାସିନ୍ଦାର ଅଭିଯୋଗ ତୁରନ୍ତ ଏହି ନଳକୂପର ପାଣିକୁ ପରିଷ୍କାର କରି ନଳକୂପ ମରାମତି କରାଯାଉ |

Welcome to Odisha News24

error: Content is protected !!
%d bloggers like this: