ପାନୀୟଜଳ ସମସ୍ୟାକୁ ନେଇ ଢେପାଗୁଡା ବାସୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଉଠିଲେ ଗ୍ରାମବାସୀ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୩-୬-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚୟତର ଢେପାଗୁଡା, ଗୁଣ୍ଡୁରୀଗୁଡା ଓ ବାଗଗୁଡା ଗ୍ରାମବାସୀ ସୁଧ ପାନୀୟଜଳ ପାଇଁ ଡହଳବିକଳ ହୋଇ ପ୍ରଶାସନ ଙ୍କୁ ଗୁହାରି କରିବା ପରେ କୌଣସି ଗୁରୁତ୍ତ୍ୱ ଦେଇନଥିବା ଯୋଗୁଁ ଆଜି ବହୁଜନ ସମାଜ ପାର୍ଟି ତତ୍ବାବଧାନରେ ୧୨ ଘଣ୍ଟିଆ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ୩ ଖଣ୍ଡ ଗ୍ରାମବାସୀ ଓ ବହୁଜନ ସମାଜ ପାର୍ଟି କର୍ମୀ ମିଳିତରେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏଥିରେ ବିଡ଼ିଓ କାଳୁ ଚରଣ ନାୟକ, ତହସିଲଦାର ଦେବାଶିଷ କର, ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟ ଦର୍ଶିନୀ ଦାସ, ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ଉପସ୍ଥିତ ରହି ଧାରଣା ରେ ବସିଥିବା ଗ୍ରାମବାସୀଙ୍କୁ ବହୁବାର ବୁଝାଇବା ପରେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ ।

କୌଣସି ଦଳର ଚାପରେ ବଶବର୍ତ୍ତୀ ହୋଇ ନା ଅନ୍ୟ କୌଣସି କାରଣ ରୁ ଆମ ଗାଁକୁ ସୁଧ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ ।ନଳକୂପ ଖନନ ଗାଡି ଆସି ବୋରୱେଲ ଖନନ କଲେ ଆମେ ଧରଣା ରୁ ଉଠିବୁ ବୋଲି ଅଡି ବସିଥିଲେ ।ଗ୍ରାମବାସୀ ଧାରଣା ରେ ପ୍ରାୟ ୮ ଘଣ୍ଟା ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଦେଖି ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ ରହିଛି କି ଯେ ୨ ଦିନ ମଧ୍ୟରେ ଗାଁ ରେ ଗୋଟିଏ ବୋରୱେଲ ଖନନ କରିଦିଆଯିବ । ସେଥି ପୂର୍ବରୁ ଆଜିଠାରୁ ଘର ଘର କୁ ଟାଙ୍କି ଯୋଗେ ସୁଧ ପାଣି ଯୋଗାଇ ଦିଆଯିବ ବୋଲି ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ପ୍ରତିଶୃତି ଦେବାରୁ ଧାରଣାରେ ବସିଥିବା ମହିଳା ପୁରୁଷ ମାନେ ଉଠିଥିଲେ । ଧାରଣା ରେ ବସିଥିବା ବେଳେ କୋବିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା, ମୁଖରେ ତୁଣ୍ଡି,, ସାନିଟାଇଜର ବ୍ୟବହାର କରିବା ସହ ହାତରେ ଫ୍ଲାଶ କାଡ଼ ଧରିଥିଲେ । ଏଥିରେ ବହୁଜନ ସମାଜ ପାର୍ଟିର ଜିଲା ସଭାପତି ଜିତୁ ଯାକେସିକା,କୃଷ୍ଣ ମହାନନ୍ଦିଆ, ପଦ୍ମନ ଭତ୍ରା, ବିକ୍ରମ ହିଆଲ, ସୁକୃ କରକରିଆ, ସାବିତ୍ରୀ ହିକକା, କଲାବତୀ କାଡ୍ର।କା,ପାର୍ବତୀ ହିକକା,କୁନି ତିଆକା, ପ୍ରେପକା ସୀତାଇ, ହୁଇକା ବାରିକେଣି, ସୁକାନ୍ତି ହୁଇକା, ସମେତ ପ୍ରାୟ ଦୁଇ ଶହରୁ ଅଧିକ ମହିଳା ପୁରୁଷ ରହିଥିଲେ। ପ୍ରକାଶ ଥାଉକି ଧାମୁଣି ପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁରେ ପ୍ରାୟ ୬୦ ପରିବାର ରେ ପ୍ରାୟ ୪୫୦ ଜଣ ଜନସଂଖ୍ୟା ରହିଛି ।ଏଥିରେ ୪ ଟି ନଳକୂପ ରହିଛି । ଏହି ନଳ କୂପ ଗୁଡିକ ଦୁଇଟି ଖରାପ ଥିବାବେଳେ ଅନ୍ୟ ଦୁଇଟି ରେ ବହୁ ସମୟ ଧରି ହେଣ୍ଡଲ ମାରିଲେ କମ ପାଣି ବାହାରୁଚି ।ଏତେ ପରିବାରକୁ ପାଣି ଅଣ୍ଟୁ ନଥିବାରୁ ବାଧ୍ୟ ହୋଇ ଗାଁ ଠାରୁ ପ୍ରାୟ ୧ କିମି ଦୂର ଘାଟି ଅଲ୍ଲାଇ ନଦୀରେ ଚୁଆ କରି ପାଣି ଆଣି ବ୍ୟବହାର କରୁଥିଲେ । ଏହି ଗାଁ ରେ ସମସ୍ତେ ଆଦିବାସୀ ପରିବାର। ଏମାନେ ଭୋର ସକାଳୁ ଉଠି ଘରକାମ ସାରି ଡଙ୍ଗର କାମ, କୁଲି କାମ, ବିଭିନ୍ନ କାମକୁ ଯାଇଥାନ୍ତି । ପାଣିସମସ୍ୟା ଯୋଗୁଁ ଏମାନଙ୍କ ସବୁ କାମ ଅସୁବିଧା ହେଉଛି । ନଳ କୂପ ଖରାପ ବୋଲି ପଞ୍ଚାୟତରେ କହିଲେ ସ୍ୱାବଲମ୍ବୀ କାରିଗର ଲୋକଙ୍କୁ ପଠାଇ ନଳକୂପ ମରାମତି କଲେ ମଧ୍ୟ ପାଣିବାହାରୁ ନାହିଁ। ଯେଉଁ ପାଣି ବାହାରୁଚି ତାହା ଲୁହା ଗନ୍ଧ ହେଉଛି ,ପାଣି ରେ ରଙ୍ଗ ଓ ତେଲିଆ ହୋଇ ରହୁଛି । ଯାହାଫଳରେ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ ବୋଲି ଗ୍ରାମବାସୀ ପଞ୍ଚାୟତ ରେ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଙ୍କୁ ଜଣାଇବା ପରେ କୌଣସି କାମ ହୋଇନଥିବାରୁ । ବିଡ଼ିଓ କଳୁଚରଣ ନାୟକଙ୍କୁ ମୌଖିକ କହିବା ସହ ଲିଖିତ ଦେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଅବଗତ କରିଥିଲେ ହେଁ କୌଣସି କାମ କରିନଥିଲେ । ମେ ମାସ ୩ ତାରିଖରେ ଜିଲାପାଳ ଓ ପୁଣି ୧୩ ତାରିଖରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ମଧ୍ୟ ଗୁହାରି କରିଥିଲେ କିନ୍ତୁ ନଳକୂପ ମରାମତି କରିନଥିଲେ ।ଜିଲାପାଳ ସ୍ଥାନୀୟ ବିଡ଼ିଓ ଙ୍କୁ ଢେପାଗୁଡା ଗାଁ ପାଣି ସମସ୍ୟା କହିବା ରୁ ବିଡ଼ିଓ ଓ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ମିଶି ଉକ୍ତ ଗାଁ କୁ ଯାଇ ଜାଗା ଚିହ୍ନଟ କରି ବୋରୱେଲ ଖନନ କରିବା ପାଇଁ କହିଥିଲେ । ଏହା ଜାଗା ଚିହ୍ନଟ କରି ପ୍ରାୟ ୨୫ ଦିନ ହେବ ପ୍ରଶାସନ ନିରବ ରହିଯାଇଥିଲେ । ଏହାକୁ ନେଇ ଗ୍ରାମବାସୀ ଓ ବହୁଜନ ସମାଜ ପାର୍ଟି ମିଳିତରେ ଧାରଣା ରେ ବଶିଥିଲେ । ଲିଖିତ ପ୍ରତିଶ୍ରୁତି ପ୍ରଶାସନ ଦେଲା ପରେ ଧାରଣାରୁ ଉଠିଥିଲେ ଗ୍ରାମବାସୀ ।

Welcome to Odisha News24

error: Content is protected !!
%d bloggers like this: