ପାଣି ପାଇପ ଫାଟି ପାଣି ନଷ୍ଟ, ହେଲେ ଲୋକେ ପାଉନାହାନ୍ତି ପିଇବା ପାଣି

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୨/୦୧): ରାୟଗଡା ଜିଲ୍ଲାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ l ନଦୀ ଝରଣା ଜିଲ୍ଲାକୁ ବିଭିନ୍ନ ଦିଗରୁ ଘେରି ରହିଛି l ତଥାପି ଏମିତି ଅନେକ ଗ୍ରାମାଞ୍ଚଳ ତଥା ସହରର ଅନେକ ସ୍ଥାନ ରହିଛି ଯେଉଁଠିକି ଜଳର ଅଭାବ ଦେଖାଦେଉଛି l ଅପନ୍ତରା ଗ୍ରାମାଞ୍ଚଳ ବାସିନ୍ଦା ସୁଦ୍ଧ ପାନୀୟଜଳ ପାଇଁ ଡହକ ବିକଳ ହେଉଥିବା ଦେଖା ଦେଉଛି l

ରାୟଗଡା ପୌରପାଳିକା ତରଫରୁ ସହରର ପ୍ରତ୍ୟେକ ଗଳିକନ୍ଦିକୁ ତଥା ଘର ଗୁଡିକୁ ପାଇପ ଯୋଗେ ପାନୀୟଜଳ ସଂଯୋଗ କରାଯାଇଛି l କିନ୍ତୁ ପୁନଃ ରକ୍ଷଣବେକ୍ଷଣର ଅଭାବରୁ ଅନେକ ସ୍ଥାନରେ ପାଇପ ଗୁଡିକ ଫାଟି ପାଣି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି l ଅନେକ ସ୍ଥାନରେ ଲିକ ହେଉଥିବା ପାଣି ବୋହିହୋଇ ଯିବାଆସିବା ରାସ୍ତାରେ ଜମା ହୋଇ ଅଦିନିଆ ବର୍ଷାର ଭ୍ରମ ସୃଷ୍ଟି କରୁଛି l ଅଧା ରାସ୍ତାରୁ ହିଁ ପାଣି ଅଯଥା ବୋହିହୋଇ ଯାଉଥିବା ଯୋଗୁଁ ଯଥେଷ୍ଟ ପରିମାଣ ଜଳ ଆବଶ୍ୟକ ସ୍ଥଳରେ ପହଞ୍ଚି ପାରୁନାହିଁ l ପୁଣି ଅନେକ ସ୍ଥାନରେ ଛୋଟମୋଟ ବସ୍ତି ବନେଇ ରହୁଥିବା ଲୋକମାନେ ମାଟିତଳେ ଯାଇଥିବା ପାଇପ ଫଟେଇ ପାଣି କନେକ୍ସନ ନେଉଛନ୍ତି l ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହର ଶ୍ରୀରାମ ମନ୍ଦିର ନିକଟରେ ଥିବା ରାସ୍ତା କଡରେ ଥିବା ପାଇପ ର। ଏଠାରେ ପାଣି ପାଇପ ଫାଟି ୧୫ଦିନ ହେଲାଣି କିନ୍ତୁ,କାହାର ଏଥିପ୍ରତି ନିଗାହ ନାହିଁ। ପାଣି ଟ୍ୟାପ କିଛି ଅସାମାଜିକ ଲୋକେ ଭାଙ୍ଗି ଦେଇଥିବା ଯୋଗୁଁ ପାଣି ଓହରହ ରାସ୍ତା ଉପରେ ବୋହିଯାଉଥିବା ଦେଖିବାକୁ ମିଳିଛି। ଏହିପରି ବିଭିନ୍ନ କାରଣରୁ ବହୁମୂଲ୍ୟ ଜଳସମ୍ପଦ ବୋହି ନଷ୍ଟ ହୋଇଯାଉଛି l ଆଗକୁ ପ୍ରଚଣ୍ଡ ଖରାଦିନ ଆସୁଛି l ଲୋକେ ପାଣିଟୋପାଏ ପାଇଁ ଛଟପଟ ହେବା ପୂର୍ବରୁ ରାୟଗଡା ପିଏଚଡି ଏଥିପ୍ରତି ଟିକେ ସଜାଗ ହେଲେ ସାଧାରଣ ଜନତା ଉପକୃତ ହୋଇଥାନ୍ତେ l ଏ ନେଇ ବିଭାଗୀୟ ଅଧିକାରୀ ସାରଦା ନାୟକଙ୍କୁ ଓଡ଼ିଶା ନିୟୁଜ୨୪ ରାୟଗଡ଼ାଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ ଅଭିଯୋଗ କରିବାରୁ ଅତିଶୀଘ୍ର ଏହାର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: