ପାଣି ପାଇଁ ଡହଲ ବିକଳ ଦିବାଲୁପାଡୁ ଗ୍ରାମବାସୀ

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣସିଂହପୁର-( ତା-୩୦-୪): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଦିବାଲପାଡୁ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ୭୫ ଘର ପ୍ରାୟ ୪୦୦ ଜନ ସଂଖ୍ୟା ରହିଛନ୍ତି । ଏଠାରେ କେବଳ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ଏହି ଗାଁ ରେ ଲୋକଙ୍କ ପାଇଁ ୨ ଟି ନଳ କୂପ ରହିଛି । ଗାଁ ମୁଣ୍ଡରେ ଥିବା ନଳକୂପ ପ୍ରାୟ ସପ୍ତାହ ହେବ ସମ୍ପୁର୍ଣ୍ଣ ଖରାପ ହୋଇ ପଡିରହିଥିବା ବେଳେ ଶେଷ ଭାଗରେଥିବା ଅନ୍ୟ ଏକ ନଳକୂପର ଚେନ ଛିଡି ଯାଇଥିବା ଯୋଗୁଁ ପାଣି ବାହାରୁ ନଥିଲା ।

ଏହାକୁ ନେଇ ପଞ୍ଚାୟତର ନଳକୂପ ମରାମତି କରିବା ସ୍ୱାବଲମ୍ବୀ କାରିଗର ଙ୍କୁ କହିବାରୁ ତୁମ ଗାଁ ରେ ବେଶି ନଳକୂପ ଖରାପ ହେଉଛି ବୋଲି କହି ନିରବ ରହିଯାଇଥିଲେ । ପାଣି ସମସ୍ୟା ହେଉଥିବାରୁ ଗ୍ରାମବାସୀ ମାନେ ଜି ୱାଇର,ନୋଟବଲଟି ଆଣି ନଳକୂପ ଛିଡିଥିବା ଚେନ ରେ ବାନ୍ଦୀ ମରାମତି କରିଥିଲେ । ଯାହାଫଳରେ ନଳକୂପର ହେଣ୍ଡେଲକୁ ଧୀରେ ଧୀରେ ମାରିଲେ ଗୋଟିଏ ହାଣ୍ଡି ପାଣି ବାହାରି ରହିଯାଉଛି । ଏପରି ପାଣି ସମସ୍ୟା ଲାଗିରହିଥିବାରୁ ଗାଁ ଠାରୁ ପ୍ରାୟ ୨କିମି ଦୂର ଡିମ୍ବିରିବାଡ଼ି ଗାଁ ଠାରୁ ପାଣି ଆଣିବା ପାଇଁ ପାହାନ୍ତିଆ ୩ ଘଣ୍ଟା ରୁ ଯିବାକୁ ପଡୁଛି । ପାଣି ପାଇଁ ପରିବାରର ପିଲା ଠାରୁ ବୟସ୍କ ସମସ୍ତେ ପାଣି ପାଇଁ ଯାଇଥାନ୍ତି । ଦିବାଲ ପାଡୁ ଗାଁବାସୀ ଡିମ୍ବିରିବାଡି ଗାଁକୁ ପାଣି ପାଇଁ ଗଲେ ମନା କରିବା ସହିତ ଝଗଡା କରୁଛନ୍ତି । କିଛି ଲୋକ ଡିମ୍ବିରିବାଡ଼ି ବିଦ୍ୟାଳୟ ନିକଟରୁ ପାଣି ଆଣୁଥିବା ବେଳେ ନିକଟରେ ଥିବା ବଡନାଳରୁ ପାଣି ଆଣି ଘରେ ବ୍ୟବହାର କରିଥାନ୍ତି । ସେହି ନାଳରେ ଗାଈମଇଁଷି ଗାଧୁଆ ଲୁଗାପଟା ସଫା କରିବା ସହିତ ଲୋକମାନେ ଗାଧୁଆ ପାଧୁଆ କରି ଉକ୍ତ ପାଣି କୁ ନେଇ ଘରେ ବ୍ୟବହାର କରିଥାନ୍ତି । ନାଳ ରେ ଗାଧୋଇବା ଯୋଗୁଁ କାଚୁକୁଣ୍ଡିଆ ହେବା ସହିତ ଥଣ୍ଡା ଜର ମଧ୍ୟ ହେଉଛି । ଏହାକୁ ନେଇ ଗ୍ରାମବାସୀ ପଞ୍ଚାୟତ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଗଗନ ବିହାରୀ ପାଲାକା ଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ପଞ୍ଚାୟତ ତରଫରୁ କୌଣସି ପଦକ୍ଷେପ ନେଇନଥିଲେ । ବର୍ତ୍ତମାନ କରୋନା ଦ୍ୱିତୀୟ ପର୍ଯ୍ୟାୟରେ ବହୁତ ଲୋକ ଆକ୍ରାନ୍ତ ହୋଇ ମରୁଛନ୍ତି । ତେଣୁ ନଳକୂପ ଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ଦାବୀ କରୁଛୁ । ଯଦି ନଳକୂପ ମରାମତି ନ କରାଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ହିକକା ଏରା, ଇଲା ହିକକା, ନେମାଲପୁରୀ ସୋରଜିନି, ଗାଜ ହିକକା, ସେବତୀ ତିଆକା, କମ୍ବିଲି ହିକକା, କାନ୍ତେ ହିକକା, କମେଶ ପ୍ରାସ୍କା, ରାମାରାଓ ହିକକା, କାମେଶ୍ୱର ତିଆକା, ସୁରେଶ ତିଆକା, ରାମୀୟା ହିକକା, ସୁଲେ ହିକକା, ପାରମ ହିକକା ପ୍ରମୁଖ ଅଭିଯୋଗ କରିଛନ୍ତି । ଖରା ଯେତେ ପ୍ରଖର ହେଉଛି ସେତେ ପାନୀୟ ଜଳ ସମସ୍ୟା ବଡ଼ି ଚାଲିଛି।ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀ ଗଗନ ବିହାରୀ ପାଲାକା ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ବ୍ଲକ ରେ ନଳକୂପ ମରାମତି ପାଇଁ ଜିନିଷ ଆବଶ୍ୟକ ଅନୁଯାୟୀ ଦେଉନାହାନ୍ତି। ଯାହା ଦେଉଛନ୍ତି ତାହା କମ ଦିନରେ ସାରିଯାଉଛି । ଆମେ ବଜାରରୁ କିଣିବୁ କହିଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା ମନା କରୁଛନ୍ତି । ସେଥିପାଇଁ ନଳକୂପ ମରାମତି ହୋଇପାରୁନାହିଁ । ସ୍ୱାବଲମ୍ବୀ କାରିଗର ଙ୍କୁ ପଠାଇ କଣ କଣ ଜିନିଷ ଦରକାର ହେବ ତାହା ଦେଖି ଜଣାଇଲେ। ସେଗୁଡ଼ିକ ଆଣି ନଳକୂପ ମରାମତି କରିଦେବୁ ବୋଲି କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: