ପାଠ ପଢିବାକୁ ଜିବା ବାଟରେ ଜଗିବସି ଥିଲା ଯମ, ବସ ଧକ୍କାରେ ଜୀବନ ଗଲା

ରିପୋର୍ଟ: ରାକେଶ ମହାରଣା //
କୋଦଳା (୨୨/୦୪): ସାଇକେଲରେ ଟିଉସନ୍ ଯାଉଥିବା ବେଳେ, ବସ୍ ଧକ୍କାରେ ଛାତ୍ରର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।

ଗୁରୁତର ଅବସ୍ଥାରେ ଆହତ ଛାତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ନିକଟସ୍ଥ ବାଣତୁମ୍ବ ଗ୍ରାମର ଆଦିତ୍ୟ ପଣ୍ଡା । ସେ ସାଇକେଲ ଯୋଗେ ଭଞ୍ଜନଗର ଟିଉସନ୍ କୁ ଯାଉଥିଲେ । ତେବେ ଧକ୍କା ଦେଇଥିବା ବସ୍ ଟି ସରକାରୀ ବସ୍ ହୋଇଥିବା କୁହାଯାଉଥିବା ବେଳେ ଘଟଣା ସ୍ଥଳରୁ ବସ୍ ଟି ଫେରାର୍ ହୋଇଯାଇଛି । ବେଲଗୁଣ୍ଠା ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣା ର ତଦନ୍ତ ଚଳାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: