ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୮-୦୨): ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅଧିନସ୍ଥ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଲପଡା ଠାରେ ସୋମବାରେ ପାଟଣାଗଡ ଅବକାରୀ ବିଭାଗ ଏକ ଗଞ୍ଜେଇ କାରବାରକୁ ଜବତ କରିଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ଅବକାରୀ ଅଧିକାରୀ ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏକ ପେଟ୍ରୋଲିଂ ଟିମ୍‌ ଗାଁର ଏକ ପାଳ ଗଦାରୁ ୪ କ୍ୟୁଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ଚୋରା ବେପାରୀ ଜଣଙ୍କ ହେଲେ ଛତିଶଗଡ଼ର ଅରୁଣ ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି।ଅରୁଣ ଛତିଶଗଡ଼ର ହୋଇଥିବାରୁ ଏହି ଚାଲାଣ ଅନ୍ତଃରାଜ୍ୟ ବୋଲି ସେ କହିଛନ୍ତି। ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Welcome to Odisha News24

error: Content is protected !!
%d bloggers like this: