ପାଞ୍ଚ ଟଙ୍କାରେ ଡାଲମା,ଭାତ ର ମୂଲ୍ୟ ପଚିଶ ଟଙ୍କା, ଆହାର କେନ୍ଦ୍ରରେ ଶୋଷଣ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୬-୦୬): ବଲାଙ୍ଗୀର ଜିଲ୍ଲାରେ ସରକାର ଙ୍କ ତରଫରୁ କାର୍ଯ୍ୟକାରୀ ହୋଇଥିବା ଆହାର କେନ୍ଦ୍ର ରେ ଅବ୍ୟବସ୍ଥା ସହ କୋଭିଡ-୧୯ ଅନୁଯାୟୀ ଦୁର୍ଦ୍ଦଶା ର ଶିକାର ହୋଇଆସୁଛି । ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ଥିବା ଆହାର କେନ୍ଦ୍ର ରେ ସାଧାରଣ ୫ଟଙ୍କା ଲେଖାଏଁ ଦେଇ ଡାଲମା,ଭାତ, ଆଚାର ନିଜେ ଖାଇପାରୁଥିଲେ ।

ହେଲେ କୋଭିଡ-୧୯ ନିୟମ ଅନୁଯାୟୀ ସାଧାରଣଙ୍କୁ ଭିତରକୁ ପ୍ରବେଶ ବାରଣ କରିବା ସହ ଏକ ଷ୍ଟିଲ ଥାଳି ଦିଆଯିବା ଓ ଆବଶ୍ୟକ ସ୍ଥଳେ ପୁନଃ ମାଗି ପେଟପୁରା ଲୋକେ ଖାଇପାରୁଥିଲେ । ହେଲେ ଏବେ ଚାରୋଟି ଜାରି ଯାହାର ମୂଲ୍ୟ ୧୦ ଟଙ୍କା ଓ ତିନୋଟି ଖଲି ୧୦ ଟଙ୍କା ଦେଇ କିଣି ଆଣିବାକୁ କୁହାଯାଉଛି । କେହି ଗୋଟିଏ ପଲିଥିନ ବା ଜରି ଓ ଗୋଟିଏ ଖଲି କିଣିଲେ ଏହାର କେନ୍ଦ୍ର ନିକଟରେ ଦିଆଯାଉନାହିଁ । ଯଦ୍ୱାରା ୨୫ ଟଙ୍କା ଦେଇ ଲୋକେ ନିଜ ପରିଜନ ରୋଗୀ ସମ୍ପର୍କୀୟ ବେଶ ହଟହଟା ହେବା ଓ ଆଖପାଖରେ କୋଭିଡ-୧୯ ପାଇଁ ହୋଟେଲ ବି ବନ୍ଦ ରହୁ ଥିବାରୁ ଶୋଷଣର ଶିକାର ହେଉଛନ୍ତି । ସେହିପରି ଏହି କେନ୍ଦ୍ରରେ ଅତ୍ୟନ୍ତ ନିମ୍ନ ମାନର ଚାଉଳ ଯାହାକି ସାଧାରଣ ଙ୍କୁ ସରକାରୀ ଭାବେ ପ୍ରଦାନ କରାଯାଉଥିବା ଚାଉଳ ବ୍ୟବହାର କରିବା ଓ ସେଥିରେ ଗୋଡି ରହିଥିବା ଓ ନିମ୍ନ ମାନର ଡାଲମା ଯାହାକି ମାତ୍ର କିଛି ପରିବା ଥାଏ ଓ ଆଚାର ଲୁଣ ଲଙ୍କା କିଛି ପ୍ରଦାନ କରାଯାଉ ନ ଥିବା ନେଇ ଅଭିଯୋଗ ହୋଇଆସୁଛି । ସେହିପରି ଟିଟିଲାଗଡ ରେ ଏହି ସମସ୍ୟା ଅନୁରୂପ ଭାବେ ଲାଗିରହିଥିବା ବେଳେ ପଟଣାଗଡ଼ ରେ ଉକ କେନ୍ଦ୍ର ମନଇଚ୍ଛା ଖୋଲିବା ଓ ବାନ୍ଦ ରହିବା ଯୋଗୁଁ ତଥା ରବିବାର ବନ୍ଦ ରହିବା ଯୋଗୁଁ ବେଶ ଦୁର୍ଦ୍ଦଶା ର ଶିକାର ସାଧାରଣ ହେଉଥିବା ଜିଲ୍ଲା ଜନସେବା ସଙ୍ଘ ଦୃଢ ଦାବୀ କରିଛି । କୋଭିଡ-୧୯ ସମୟରେ କିଭଳି ପାଞ୍ଚଟଙ୍କା ରେ ସାଧାରଣ ନିୟମିତ ଦୁଇ ବେଳ ଖାଇବାକୁ ପାଇପାରିବେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: