ପାଇକମାଲ ତହସିଲ କାର୍ଯ୍ୟାଳୟରେ ଚାଲିଛି ବଡ଼ ଘୋଟାଲା-ତଦନ୍ତ ସାପେକ୍ଷ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପାଇକମାଳ (୨୧/୦୧): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ରେ ଥିବା ସବ ରେଜେଷ୍ଟ୍ରି କାର୍ଯ୍ୟାଳୟ ରେ ସପ୍ତାହକୁ ଦୁଇ ଦିନ ଜମି କ୍ରୟ ବିକ୍ରୟ ସହିତ ଅନ୍ୟ ଦଲିଲ ରେଜେଷ୍ଟ୍ରି କରାଯାଇଥାଏ | ଉପାନ୍ତ ଅଂଚଳରୁ ଆବଶ୍ୟକ ସ୍ଥଳେ ଲୋକେ ନିଜ ଜମିର ବିକ୍ରୀନାମା ଦଲିଲ ରେଜେଷ୍ଟ୍ରି କରିବା ପାଇଁ ଆସିଲେ ଯଦି କୌଣସି ମୋଟ ଜାଗାର ଅଂଶ ବିକ୍ରି କରିବାକୁ ଚାହିଁଲେ ରେରା ଆଇନର ଆଳରେ ରେଜେଷ୍ଟ୍ରିକରିବା ପାଇଁ ମନା କରାଯାଉଛି |

ନଚେତ ଦଶ ହଜାର ଟଙ୍କା ଲାଞ୍ଚ ନେଇ ଅଂଶ ଜମିର ରେଜେଷ୍ଟ୍ରି କରାଯାଉଛି | ଆହୁରି ମଧ୍ୟ ଜମି ବିକ୍ରି ସମ୍ୱନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଦାଖଲ କରାଗଲେ ସୁଦ୍ଧା କୌଣସି ଯୁକ୍ତି ଯୁକ୍ତ କାରଣ ନ ଥାଇ ଜମି ରେଜେଷ୍ଟ୍ରି ପାଇଁ ମନା କରାଯାଉଛି | ପରେ ଟଙ୍କା ନେଇ ଉକ୍ତ କାମ କରି ଦିଆ ଯାଉଛି | ଯଦ୍ୱାରା ଲୋକେ କୁହାକୁହି ହେଲେଣି ପଏସା ଫିକୋ ତମାସା ଦେଖୋରେ ଆମେ ହଇରାଣ ହେଉଛୁ ସତ କିନ୍ତୁ ଟଙ୍କା ଖର୍ଚ୍ଚ କଲେ ସବୁ ଏଠି ସମ୍ଭବ ହୋଇପାରୁଛି ଲ ଏଣୁ ଲୋକଙ୍କୁ ବିଭିନ୍ନ ଆଳରେ ମାହିର ଥିବା କର୍ମଚାରୀଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପ୍ରଶାସନ ସମେତ ରାଜ୍ୟ ସରକାରଙ୍କୁ ଜନସାଧାରଣ ଦାବୀ କରନ୍ତି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: