ସାଧାରଣ ଜନତାଙ୍କ ସ୍ୱର

ପଶ୍ଚିମ ଓଡ଼ିଶା ଲୋକ କଳାର ପୁନରୁଦ୍ଧାର ନେଇ ଜରୁରୀ ବୈଠକ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୨-୦୨): ଟିଟିଲାଗଡ ବ୍ଳକ ଖୋଲାନ ଠାରେ ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ର ଏକ ଜିଲ୍ଲା ସ୍ତରୀୟ ସଭାପତି ଅମିଲ ପୁଟେଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସ୍ତରରୁ ବ୍ଳକ ଓ ଜିଲ୍ଲା ସ୍ତରରେ କମିଟି ଗଠନ ହୋଇ କିପରି ଲୋକ କଳା ର ପୁନଃ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିବା ସହ ଜିଲ୍ଲା ର ବିଭିନ୍ନ ବ୍ଳକ ଓ ପଞ୍ଚାୟତ ସ୍ତରୀୟ ସଭାକରିବାପାଇ ନିଷ୍ପତ୍ତି ନିଆଯାଇଥିଲା ।

ପରିଷଦ ନିତି ନିୟମ ମୂଲ୍ୟାଙ୍କନ ସମିକ୍ଷା ଉପରେ କଳା ଓ କଲାକାର ଙ୍କ ବିକାଶ ଦିଗରେ ସରକାରଙ୍କ କଲାକାର ପ୍ରାତ୍ସୋହନ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଯେପରି ଉପଯୁକ୍ତ ସମସ୍ତ କଲାକାର ଙ୍କୁ ଚିହ୍ନଟ କରିବା ପାଇଁ ପ୍ରତ୍ୟେକ ବ୍ଳକ କମିଟି ଗଠନ କରାଯାଉ ବୋଲି ପାଟଣାଗଡ଼ ବ୍ଳକ ସଂପାଦକ ମିନକେତନ ପ୍ରଧାନ ମତ ବ୍ୟକ୍ତ କରିଥିଲେ । ବ୍ଳକ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ନୂତନ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ କମିଟି ଗଠନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଭାବେ ସୁନାରାମ ପୁଟେଲ ,ଉପ ସଭାପତି ନରେନ୍ଦ୍ର ମେହେର , ସଂପାଦକ ମିନକେତନ ପ୍ରଧାନ , ସହ ସଂପାଦକ ଗୋଲାପ ଜେନା , କୋଷାଧ୍ୟକ୍ଷ ଭକ୍ତବନ୍ଧୁ ମେହେର , ରହିଥିବା ବେଳେ ଉପଦେଷ୍ଟା ଅରୁଣ କୁମାର ବୁଡେକ ,ଓ ମିଟୁ ପାଣିଗ୍ରାହୀ ମନୋନୀତ ହୋଇଥିଲେ । ଏଥିରେ ଜିଲ୍ଲା ର ୧୦ ଗୋଟି ବ୍ଳକ ର ସଭାପତି , ସଂପାଦକ ମାନେ ଯୋଗ ଦେଇଥିଲେ। ଟିଟିଲାଗଡ଼ ବ୍ଳକ ସଭାପତି ଭିବିଷଣ ମାଝୀ , ସଂପାଦକ ଗୋଲାପ ଜେନା , ବଙ୍ଗୋମୁଣ୍ଡା ସଭାପତି ବେଣୁଧର ପୁଟେଲ, ବ୍ରହ୍ମାନନ୍ଦ ଷଡ଼ଙ୍ଗୀ ,ମୁରିବାହାଲ ସଭାପତି କାନ୍ତ ବର୍ଗତି , ସଂପାଦକ ତିର୍ଥ ଚିରାଗୁନ , ଦେଓଗାଁ ବ୍ଲକ ସଭାପତି ଚେରମେନ ବୁଦ୍ଧିଆ , ସଂପାଦକ ନିସାନ୍ତ କୁମାର ଦାସ , ବଲାଙ୍ଗୀର ବ୍ଳକ ସଭାପତି ସୁଦର୍ଶନ ସାହୁ , ସଂପାଦକ ଶଶିକାନ୍ତ ସାହୁ , ଲୋଇସିଂହା ବ୍ଳକ ସଭାପତି ଅକ୍ଷିଲେଶ୍ଵର ପ୍ରଧାନ , ସଂପାଦକ ରବୀନ୍ଦ୍ର କୁମାର ଗଡତ୍ୟା , ପାଟଣାଗଡ଼ ବ୍ଳକ ସଭାପତି ଡିଲେଶ୍ଵର ମେହେର , ସଂପାଦକ ମିନକେତନ ପ୍ରଧାନ ,ବେଲପଡା ବ୍ଳକ ସଭାପତି ନରେନ୍ଦ୍ର ମେହେର , ସଂପାଦକ ହଜାରୀ ମେହେର , ଖପ୍ରାଖୋଲ ବ୍ଳକ ସଭାପତି ବିନୋଦ ପ୍ରଧାନ , ସଂପାଦକ ସୁନାରାମ ପୁଟେଲ , ତୁରେକେଲା ବ୍ଲକ ସଭାପତି ପୁରନ୍ଦର ପୁଟେଲ , ସଂପାଦକ ଭକ୍ତବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସୁନାମ ଧନ୍ୟ କିର୍ତନଗାୟକ ସୁନିଲ କୁମାର ଗୁରୁ ଙ୍କ ସମେତ ଅନ୍ୟ କଲାକାର ମାନେ ଉପସ୍ଥିତ ଥିଲେ । ଗୋଲାପ ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ମିନକେତନ ପ୍ରଧାନ ସଭାପରିଚାଳନା କରିଥିଲେ । ମନୋନୀତ ନୂତନ ସଭାପତି ସୁନାରାମ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Welcome to Odisha News24

%d bloggers like this: