ପରୀ ହତ୍ୟା ମାମଲା: ନୟାଗଡ ଜିଲ୍ଲାପାଳ, ଏସପି ଙ୍କୁ ବ୍ୟକ୍ତିଗତ ହାଜର ହେବାକୁ NPCRର ସମନ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୦୪-୧୨): ନୟାଗଡ ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ ଜିଲ୍ଲାପାଳ ଏବଂ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NPCR) । ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଏନପିସିଆର ସମନ କରିଥିବା ସୂଚନା ମିଳିଛି । ଏନେଇ ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି ।ପରୀ ଘଟଣାରେ ସମନ କରିଥିବାରୁ NCPCRଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର।

ସୁଚନା ମୁତାବକ ଗତ ୩୦ ତାରିଖରେ ଏନସିପିସିଆର୍ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ । ନିଜ ଆଡ଼ୁ ମାମଲା ରୁଜୁ କରି NCPCR ନୋଟିସ୍‌ କରିଥିଲେ। ତଦନ୍ତର ଅଗ୍ରଗତି ସହ କିଛି ଦସ୍ତାବିଜ ୧୦ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାର ବୟସ ପ୍ରମାଣପତ୍ର, ଏତଲା କପି, ଶବ ବ୍ୟବଚ୍ଛେଦ‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏନ୍‌ସିପିସିଆର।

ଗୋଟିଏ ୪ ବର୍ଷର ଶିଶୁ କନ୍ୟାକୁ କେହି ଅପହରଣ କରିନେଇଥିଲା । ପରିବାର ଲୋକେ ଏନେଇ ବହୁତ ଖୋଜା ଖୋଜି କରିବା ପରେ ଥାନାରେ ଏତଲା ଦେଇଥିଲେ । ପରେ ଅପହରଣର କିଛିଦିନ ପରେ କେହି ପରୀକୁ ହତ୍ୟା କରି ତା’ର ମୃତଦେହକୁ ପରୀର ଘର ପଛପଟେ ଏକ ଅଖାବସ୍ତାରେ ବାନ୍ଧି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା । ଏନେଇ ପରୀ ମୃତ୍ୟୁର ୪ ମାସ ପରେ ପୋଲିସ ଠାରୁ ସହାୟତା ନପାଇ ଶେଷରେ ଚଳିତ ବିଧାନସଭା ଅଧିବେସନ ଚାଲୁଥିବା ବେଳେ ପରୀର ବାପା ଓ ମା ବିଧାନ ସଭା ଆଗରେ ଆତ୍ମାହୁତି ଦେବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା ।

Welcome to Odisha News24

error: Content is protected !!
%d bloggers like this: