ପରୀ ହତ୍ୟା ମାମଲାର ଚାର୍ଜସିଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର/କଟକ,ତା୨୪-୧୨:ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀ ହତ୍ୟା ମାମଲାର ଶୁଣାଣି କରି ଯଥା ଶୀଘ୍ର ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ସ୍ଥିତି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଛି ଏସଆଇଟି । ସେପଟେ ଏସଆଇଟି ଟିମ୍ ମାମଲା ସମ୍ପର୍କିତ ଦେଉଥିବା ତଥ୍ୟରେ ତାଳମେଳ ରହୁନି ବୋଲି ଦର୍ଶାଇ ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।

ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଯଥା ଶୀଘ୍ର ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରକାଶ ଯେ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାୟର କରିଥିବା ବେଳେ ଅନ୍ୟଟି ଭାରତୀୟ ବିକାଶ ପରିଷଦ ରୁଜୁ କରିଥିଲା । ଆଇନଜୀବୀ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହେଇଯାଇଥିଲା । ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା । ରାଜନୈତିକ ନେତାଙ୍କ ଚାପରେ ପୋଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି । ପୋଲିସ ଚାପରେ ରହିଛି । ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନହେଲେ ସିବିଆଇ ବା ଅନ୍ୟ ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଭାର ହସ୍ତାନ୍ତର କରାଯାଉ । ପୀଡ଼ିତା ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ ହୋଇଛି ।

ସେହିଭଳି ଭାବେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟ ପୋଲିସ୍ ଉପରେ ଆସ୍ଥା ନାହିଁ । ଆଉ ପୋଲିସ ତଦନ୍ତ ଉପରେ ଭରସା ପାଉନି । ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ । ଏଥି ସହିତ ପରୀର ବାପା-ମା’ଙ୍କୁ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: