ପରୀ’ ମାମଲା: ହତ୍ୟାକାରୀଙ୍କୁ ଧରିବା ପାଇଁ ଯଦୁପୁର ଗାଁର ୨୫ବ୍ଯକ୍ତିଙ୍କ ହେବ ରକ୍ତ ପରୀକ୍ଷା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର(୦୭/୧୨): ପରୀ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍(SIT) । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗ ଉପରେ ତନାଘନା ତଦନ୍ତ ଚଳାଇଛନ୍ତି । ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ରେଡ୍ ଜେରା କରୁଛି ଏସଆଇଟି ଟିମ୍ । ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ବାବୁଲି ନାୟକଙ୍କ ତିନି ମହଲା ଘରର ସମସ୍ତ କୋଠରୀକୁ ଯାଞ୍ଚ କରିଥିଲା ଟିମ୍ ।

ଏପଟେ, ନୟାଗଡ଼ରେ ଡେରା ପକାଇଥିବା ଏସ୍‌ଆଇଟି ଟିମ୍ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଛାନ୍‌ଭିନ୍‌ ଚଳାଇଛି । ‌ଏସ୍‌ଆଇଟି ପକ୍ଷରୁ ପରୀର ଗ୍ରାମ ଯଦୁପୁରର ୨୫ରୁ ଅଧିକ ଯୁବକଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ଏସ୍‌ଆଇଟି ଟିମ୍ ଗଣମାଧ୍ୟମକୁ କିଛି କହି ନଥିବା ବେଳେ, ପୋଲିସ ବିଭାଗର ଜନୈକ କର୍ମଚାରୀ କହିଛନ୍ତି ଯେ, ପରୀ ହତ୍ୟାରେ ବ୍ୟବହୃତ ଯଦି କୌଣସି ଅସ୍ତ୍ରଶସ୍ତ୍ର, କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷିରୁ ଯଦି କୌଣସି ବ୍ୟକ୍ତିର ରକ୍ତ ନମୁନା ମିଳିଥିବ, ସେଭଳି ସ୍ଥିତି ପାଇଁ ଏସ୍‌ଆଇଟି ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ହତ୍ୟା ନେଇ ସିଧାସଳଖ କାହାକୁ ସନ୍ଦେହ କରାଯାଉନଥିବାରୁ ତଦନ୍ତକାରୀ ସଂସ୍ଥା ଅନେକଙ୍କର ରକ୍ତ ନମୁନା ସଂଗ୍ରହ କରିଛି ।

ପ୍ରକାଶଥାଉ କି, ଶନିବାର ରାତି ପ୍ରାୟ ୧୨ଟାରେ ଗ୍ରାମର ପ୍ରାୟ ୧୫ରୁ ଅଧିକ ଯୁବକମାନଙ୍କ ଘରକୁ ଏସ୍‌ଆଇଟିର ସଦସ୍ୟମାନେ ଯାଇଥିଲେ । ରବିବାର ଦିନ ରକ୍ତ ପରୀକ୍ଷା ପାଇଁ ସମସ୍ତଙ୍କୁ ଆସିବାକୁ ଜଣାଇ ଦିଆଯାଇଥିଲା । ଏମାନଙ୍କୁ ତିନିଟି ଦଳରେ ଏସ୍‌ଆଇଟି ଆଣି ନୟାଗଡ଼ ଟାଉନ ଥାନା, ପିଟିଏସ୍‌ ଆଦିରେ ସ୍ବତନ୍ତ୍ର ଭା‌ବେ ରକ୍ତ ପରୀକ୍ଷା କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବିଧାନସଭା ସମୟରେ ପରୀ ହତ୍ୟା ପ୍ରସଙ୍ଗ ରାଜନୀତି ମୋଡ ନେଇଥିଲା । ପରୀର ପିତାମାତା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ପରେ ସରକାର ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଗୃହ ୪ଦିନ ହୁଲସ୍ତୁଲ ହେବା ଏବଂ ପରେ ଅଚଳ ହୋଇଯାଇଥିବାରୁ ଏହାକୁ ନେଇ ବିରୋଧୀଦଳ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । କଂଗ୍ରେସ ବିଧାନସଭା ଅଧିବେଶନ ପରେ ଟିକିଏ ଥମି ପଡ଼ିଥିବାବେଳେ ଏ‌େ‌ବ ଆଗକୁ ବାହାରିଛି । ବିଜେପି ଏହି ପ୍ରସଙ୍ଗକୁ ନେଇ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତିକୁ ଜୋର୍‌ କରୁଛି । ଯେପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ କରାଯାଇଯାଇ ନାହିଁ ସେପର୍ଯ୍ୟନ୍ତ ଦଳ ଚୁପ୍ ବସିବ ନାହିଁ ବୋଲି କହିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: