ପରି ମାମଲା ପରି ଆଉ ଜଣେ ଶିଶୁକନ୍ୟା ନିଖୋଜ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର (୧୩/୧୨): ପରୀ ହତ୍ୟା ଘଟଣା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ପୁଣି ନୟାଗଡ଼ ଜିଲ୍ଲାରୁ ଜଣେ ଶିଶୁକନ୍ୟା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।

ରଣପୁର ବ୍ଲକ, ଦଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି । ସୁନାଖଳା ଫାଣ୍ଡିରେ ଗତକାଲି ଏ ସମ୍ପର୍କରେ ଏତଲା ଦିଆଯାଇଛି । ସଞ୍ଜୟ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ବେଳେ ହରପ୍ରିୟା ଖେଳା-ଖେଳି କରୁଥିବା ବେଳେ ନିଖୋଜ ହୋଇଯାଇଛି । ଆଖ ପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ କୁନି ଝିଅକୁ ପାଇନଥିଲେ ବାପ-ମା। ଥାନାରେ ଅଭିଯୋଗ ହେବା ପରେ ପୋଲିସ ବେଶ ସକ୍ରିୟ ହୋଇ ଖୋଜା ଖୋଜି ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ଟ ଟିମ ମଧ୍ୟ ଗାଁରେ ଥିବା ତିନିଟି ପୋଖରୀ ଓ ନିକଟସ୍ଥ ଜଙ୍ଗଲ ଖୋଜାଖୋଜି କରି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ।

କିନ୍ତୁ ଏବେ ସୁଦ୍ଧା କୁନି ଝିଅ ହରପ୍ରିୟାର ପତ୍ତା ମିଳିପାରିନାହିଁ । ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଦଧିପାଟଣା ଗାଁରେ ଛାନଭିନ ଜାରି ରଖିଛନ୍ତି । ତେବେ ସାଧାରଣରେ ଏଭଳି ନିଖୋଜ ଘଟଣାକୁ ନେଇ ଖୁବ ଭୟ ସୃଷ୍ଟି ହୋଇଛି । ୫ ମାସ ତଳେ ପରୀ ସହ ଯାହା ଘଟିଥିଲା ସମାନ ଘଟଣା ହରପ୍ରିୟା ସହ ଘଟିବ ନାହିଁ ତ ? ଏହାର ଉତ୍ତର କିଏ ଦେବ ?

Welcome to Odisha News24

error: Content is protected !!
%d bloggers like this: