ସାଧାରଣ ଜନତାଙ୍କ ସ୍ୱର

ପରି ମାମଲା ତଦନ୍ତରେ ସିବିଆଇ ତଦନ୍ତ ଦାବି ପରେ ଏସଆଇଟି ଦ୍ୱାରା ତଦନ୍ତ ,ଟୁଇଟ ରେ ବୋଥ୍ରା କହିଲେ ମୁଖ୍ୟମନ୍ତ୍ରୀଙ୍କ ସହ ମୋର ଝଗଡା କରୁଚ,ତମେ ମୁର୍ଖ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୦୮-୧୨): ଫୋନ୍ କୁ ଫୋନ୍ ଘୁରି ବୁଲୁଛି ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ଭାଇରାଲ୍ ଅଡିଓ । ଭାଇରାଲ୍ ହୋଇଥିବା ଅଡିଓରେ ଜଣେ ଅଜଣା ବ୍ଯକ୍ତି ଉପରେ ଖୁବ୍ ବର୍ଷିଛନ୍ତି ଅରୁଣ । ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନ ଥିବା ବେଳେ ଲୋକେ ଏହାକୁ ନେଇ ଟୁପୁରୁଟାପର ଆରମ୍ଭ କରିସାରିଲେଣି । ଯାହା ଅଡିଓରେ ଶୁଣିବାକୁ ମିଳିଛି ଗୋଟିଏ ସାମାନ୍ୟ ଟ୍ବିଟକୁ ନେଇ ଉକ୍ତ ବ୍ୟକ୍ତିକୁ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି ଅରୁଣ ।

ଅଡିଓରେ ଶୁଣିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଅରୁଣ ବୋଥ୍ରାଙ୍କ ନାମରେ ଏକ ଟ୍ୱିଟ କରିଥିଲେ ଯେ, “ଅରୁଣ ବୋଥ୍ରା କାମ କରୁଛନ୍ତି, ମୋ ସରକାର କାମ କରୁନି” । ଏହା ଦେଖିବା ପରେ ସାରଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା । ଆଉ ତାପରେ ଯାହା ମନକୁ ଆସୁଛି ତାହା କହିଥିଲେ।ଅରୁଣ ପ୍ରତି ଉତ୍ତରରେ କହିଥିଲେ ଯେ, “ତମେ କାହିଁକି ଏପରି ଲେଖିଛ । ତମେ କଣ ନବୀନ ପଟ୍ଟନାୟକ ଆଉ ମୋ ଭିତରେ ଝଗଡ଼ା ଲଗେଇବ.. ପାଠ ପଢିଛ କି ନାହିଁ… ତମେ କଣ ମୂର୍ଖ… ମୋ ସରକାର ମାନେ କଣ ବୁଝିଛ..” ।
ଉକ୍ତ ବ୍ୟକ୍ତି ଜଣଙ୍କ ଆଉ ଟୁଇଟ କରିଥିଲେ ବୋଲି ଭାଇରାଲ ଅଡିଓରୁ ସ୍ପଷ୍ଟ ହେଉଛି ଯେଉଁଥିରେ ସେ ଲେଖିଥିଲେ, “ସାର୍ ଆପଣ ଅନାବଶ୍ୟକ ଟ୍ବିଟ ର ଉତ୍ତର ଦେଉଛନ୍ତି, ହେଲେ ଆବଶ୍ୟକ ଟ୍ବିଟ ର ଉତ୍ତର ଦେବାକୁ ଆପଣ ପାଖରେ ସମୟ ନାହିଁ” । ଏଥିରେ ଅତିଷ୍ଟ ହୋଇ ଅରୁଣ ସେହି ବ୍ୟକ୍ତିକୁ କହିଛନ୍ତି, “ତମେ କିଏ କହିବାକୁ କୋଉଟା ଆବଶ୍ୟକ କୋଉଟା ଅନାବଶ୍ୟକ… ତମକୁ ଲଜ୍ଜା ଲାଗୁନି… କାହିଁକି ଏପରି କରିଛନ୍ତି….” । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ଅରୁଣ କାହିଁକି ଏତେ ଡରୁଛନ୍ତି ? ସରକାର ଜାଣିଲେ କଣ ତାଙ୍କୁ ନିଲମ୍ବିତ କରିଦେବେ ନା ଆଉ କିଛି ଭୟ ରହିଛି ଅରୁଣଙ୍କ ଭିତରେ ? ତେବେ ଭାଇରାଲ ହେଉଥିବା ଅଡ଼ିଓ ସତ କି ମିଛ ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ। ଭାଇରାଲ ହେଉଥିବା ଅଡ଼ିଓକୁ ନେଇ ଅରୁଣ ବୋଥ୍ରାଙ୍କୁ ପଚାରିବାରୁ ସେ କହିଲେ “ମୁଁ ଏବିଷୟରେ କିଛି କହିବାକୁ ଇଚ୍ଛା ପ୍ରକାଶ କରୁ ନାହିଁ ।
ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଶାସକ ଦଳର ହାତ ଅଛି ବୋଲି ବିରୋଧୀ ଦାବି କରୁଛନ୍ତି । ପରୀର ପରିବାର ଲୋକେ ଓ ବିଜେପି ଏହି ମାମଲାରେ ସିବିଆଇ(CBI) ତଦନ୍ତ କରିବାକୁ ଦାବି କରିଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର ଏସଆଇଟି(SIT) ଗଠନ କରି ଅରୁଣ ବୋଥ୍ରାଙ୍କ ହାତରେ ତଦନ୍ତ ଭାର ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯଦି ତଦନ୍ତକାରୀ ଦଳର ନେତୃତ୍ୱ ନେଉଥିବା ଅଫିସରଙ୍କ ସରକାରଙ୍କୁ ଏତେ ଭୟ, ତେବେ ପରୀକୁ ନ୍ୟାୟ ମିଳିବ ତ ?

Welcome to Odisha News24

%d bloggers like this: