ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର: ଦୃଢ କାର୍ଯ୍ୟାନୁଷ୍ଠାନ ସହ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି

ରିପୋର୍ଟ: ଜିଲ୍ଲାପ୍ରତନିଧି ପ୍ରଶାନ୍ତ ମାଝୀ //
ଝାରସୁଗୁଡା (୦୪/୦୩): ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି, ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୨ ଜଣ ମହିଳା । ଝାରସୁଗୁଡା ଲଖନପୁରର କୁହାକୁଣ୍ଡା ଓ ନାଚେନମୁରାରୁ ଆସିଛି ଏଭଳି ଅଭାବନୀୟ ଖବର । ଜଣେ ମହିଳାଙ୍କ ଅସ୍ତ୍ରୋପଚାର ବେଳେ ଡାକ୍ତର ତାଙ୍କ ଖାଦ୍ୟନଳୀ କାଟିଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେହିପରି ସ୍ଥାନୀୟ ନାଚେନମୁରାର ଅନ୍ୟ ଜଣେ ମହିଳାଙ୍କ ଷ୍ଟିଚ୍ ଖୋଲିବା ପରେ ତାଙ୍କର ପୁଣି ଥରେ ଅପରେସନ୍ କରିବାକୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଲେ ଡାକ୍ତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଙ୍କ ବେପରୁଆ କାମ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସେହି ଡାକ୍ତର ବହନ କରିବାକୁ ଦାବି ଜୋର ଧରିଛି । ଗତ ମଙ୍ଗଳବାର କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଯୋଗଦେଇଥିଲେ । ଆଉ ଏବେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା | ସେହି ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ତ୍ରୁଟି | ଗତ ୨୩ ତାରିଖରେ ଲଖନପୁର ସିଏଚସିରେ ଆୟୋଜିତ ପରିବାର ନିୟୋଜନ ଶିବିରରେ ଅସ୍ତ୍ପୋପଚାର କରାଇଥିଲେ ସ୍ଥାନୀୟ ନାଚେନମୁରା ଗାଁର ଅରୁଣା ଗୁପ୍ତା । ଅସ୍ତ୍ରୋପଚାର ପରେ ଷ୍ଟିଚ ଖୋଲିବାର ଅଧଘଣ୍ଟା ମଧ୍ୟରେ ଅନ୍ତଃନଳି ବାହାରି ପଡିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଡାକ୍ତରଙ୍କ ତ୍ରୁଟି କିନ୍ତୁ ଭୋଗୁଛନ୍ତି ଦୁଇ ମହିଳା । କିଭଳି ଏହି ଦୁଇ ମହିଳା ସୁସ୍ଥ ହେବେ ତାହା ସବୁଠୁ ପ୍ରାଥମିକତା । ଏପଟେ ତ୍ରୁଟିପୂର୍ଣ୍ଣ ଅପରେସନ କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦାବି ହେଉଛି ।

Welcome to Odisha News24

error: Content is protected !!
%d bloggers like this: