ପନିପରିବା ଵୋଝେଇ ପିକପଭ୍ୟାନକୁ ପଛରୁ ପିଟିଲା ଟ୍ରକ ୩ଘଣ୍ଟା ଧରି ରାସ୍ତା ଜାମ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୧୨/୫): ବିନିକା – ରାମପୁର ମୁଖ୍ୟ ରାସ୍ତାର ସିଂଙ୍ଘିଜୁବା ଛକ ନିକଟରେ ଥିବା ବୁଲାଣିଆ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଗାଡି ନମ୍ବର ଓଡି-୧୭-୬୩୯୩ ପିକଅପ ଭ୍ୟାନ ଫୁଲ କୋବି ନେଇ ଛତିଶଗଡ ରୁ ବ୍ରହ୍ମପୁର କୁ ଯାଉଥିବା ବେଳେ ବିନିକା ବ୍ଲକ ସିଂଘିଯୁବା ଛକ ପାଖ ବୁଲାଣି ପାଖରେ ଚକା ପମ୍ପ ଚୋର ହୋଇ ଯାଇଥିଲା |

ଯାହାକୁ ସଜାଡିବା ପାଇଁ ଡ୍ରାଇଭର ରଫିକ ଖାନ (୩୦) ପାଖରେ ଛିଡା ହୋଇଥିଲେ | ଆଜି ଭୋର ସକାଳୁ ୫ ଟା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି -୦୫ ଏସି ୯୯୨୧ ପଛପଟୁ ଧକ୍କା ଦେଇଥିଲା ଯାହା ଫଳରେ ପିକଅପଟି ଓଲଟି ପଡିଥିଲା । ରାସ୍ତା ଜାମ ଯୋଗୁଁ ଉଭୟ ପଟରେ ଶତାଧିକ ଗାଡି ଅଟକି ରହିଥଲା l ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ସୂଚନା ମିଳିଛି l ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି । ଏଥିରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: