ପଦ୍ମପୁରରେ ଓଡ଼ିଶା ଦିବସ ପାଳିତ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ବରଗଡ଼ (୦୧/୦୪): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଓଡ଼ିଶା ଦିବସ -୨୦୨୧ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି | ଏ ଉପଲକ୍ଷେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଓଡ଼ିଶା ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ |

ମୁଖ୍ୟବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରଧ୍ୟାପକ ଡଃ ପ୍ରମୋଦ କୁମାର ପାଢ଼ୀ ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ପୃଷ୍ଠଭୂମି ଏବଂ ଭାଷା ଆନ୍ଦୋଳନ ଉପରେ ତାଙ୍କର ମତାମତ ଉପସ୍ଥାପନ କରିବା ସହିତ ଓଡ଼ିଶାର କଳାସଂସ୍କୃତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ସମ୍ମାନୀତ ଅତିଥି ଭାବେ ପଦ୍ମପୁର ଥାନା ର ଆଇ.ଆଇ.ସି ଶ୍ରୀମାନ ମାନସ ରଞ୍ଜନ ପ୍ରଧାନ ଏବଂ ରାଜବୋଡାସମ୍ବର ବ୍ଲକ ଶିକ୍ଷାଧିକାରୀ ଶ୍ରୀମାନ ତ୍ରୀବିକ୍ରମ ପାଣିଗ୍ରାହୀ ଏ ଉତ୍ସବ ରେ ଯୋଗଦେଇ ଓଡ଼ିଶା ଦିବସ ର ମହନୀୟତା,ଭାଷା ସାହିତ୍ୟ ର ସୁରକ୍ଷା ଉପରେ ତାଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ | ସଭାପ୍ରାରମ୍ଭେ ଓଡ଼ିଶା ର ବରପୁତ୍ର ମାନଙ୍କର ଫଟୋଚିତ୍ର ରେ ମୁଖ୍ୟଅତିଥି ଶ୍ରୀମାନ ଦରୱାନ ତଥା ଉପସ୍ଥିତ ଅତିଥି ବୃନ୍ଦ ଙ୍କ ଦ୍ୱାରା ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା | ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚିତ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସଭା ଶେଷ ରେ ସାଂସ୍କୃତିକ ଅନୁଷ୍ଠାନ ଅବର୍ଣିଗୁଡା ର ସମ୍ପାଦକ ନାଟ୍ୟ ରଶ୍ମି ଶ୍ରୀମାନ ଅଶୋକ ବହିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ଉତ୍ସବରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱେଚ୍ଛାସେବୀ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା,ନାଗରିକ କମିଟି ର ସଦସ୍ୟ ବୃନ୍ଦ, ଅନେକ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ |

ଏ ଅବସରରେ ସାମ୍ବାଦିକ ଶ୍ରୀ ପ୍ରଶନ୍ନ ମହାନନ୍ଦ ସ୍ବରଚିତ ଏକ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ | ପ୍ରତ୍ୟୁଷରେ ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା | ପଦ୍ମପୁର ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତାଙ୍କ କର୍ମଚାରୀ ତଥା ଉପଖଣ୍ଡ ପ୍ରଶାସନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା | ଓଡିଶା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସିଭିଲ କୋର୍ଟ ବିଲଡିଙ୍ଗ କୁ ଦୁଇ ଦିନ ଧରି ଆଲୋକମାଳା ରେ ସୁସଜ୍ଜିତ କରାଯାଇଛି |

Welcome to Odisha News24

error: Content is protected !!
%d bloggers like this: