ସାଧାରଣ ଜନତାଙ୍କ ସ୍ୱର

ପତ୍ରାପାଲି (କ)ରେ ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପୋଲିସ ଓ ଚାଇଲଡ ଲାଇନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୩/୦୫): ମୁରିବାହାଲ ବ୍ଲକ ପତ୍ରାପାଲି (କ ) ପଞ୍ଚାୟତ ମହକୁମାରେ ହେବାକୁ ଥିବା ଏକ ନାବାଳିକା ବିବାହକୁ ପ୍ରଶାସନ, ପୋଲିସ, ଓ ଚାଇଲଡ ଲାଇନ ପକ୍ଷରୁ ସୋମବାର ଦିନ ବନ୍ଦ କରାଯାଇଛି | ପତ୍ରାପାଲି ଗ୍ରାମର ଜଣେ ନାବାଳିକା (୧୭) ବର୍ଷଙ୍କ ବିବାହ ଚଳିତ ମାସ ୭ ତାରିଖ ଦିନ କେସିଙ୍ଗା ଥାନା ସଉରାପଦର ଗ୍ରାମରେ କରିବାପାଇଁ ପରିବାର ଲୋକେ ସ୍ଥିର କରିଥିଲେ |3aa80c4d 15c9 4efb a554 c44d11933e83

ଏଥିପାଇଁ ବିବାହ ନିମନ୍ତ୍ରଣ ପତ୍ର ଵି ବାଣ୍ଟି ସାରିଥିଲେ |ଏ ସମ୍ପର୍କରେ ସୂଚନା ପାଇ ଶିଶୁ ପ୍ରକଳ୍ପ ଅଧିକାରୀ ସରସୀ ପଣ୍ଡା,ସବଇନ୍ସପେକ୍ଟର ସଂଯୁକ୍ତା ପଧାନ, ସୁପରଭାଇଜର ବିନ୍ଦୁ ବିଳାସିନୀ ଦାସ ଚାଇଲଡ ଲାଇନ ସଦସ୍ୟ ଶ୍ରୀମନ୍ତ ଥନାପତି, ତପିବର ଭୋଇ,ଅଙ୍ଗବାଡି କର୍ମୀ କ୍ଷତିସୁତା ଛୁରା ପ୍ରମୁଖ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ | ନିର୍ଦ୍ଧାରିତ ବୟସ ପୂର୍ବରୁ ଝିଅକୁ ବାହାଦେଲେ ଉଭୟ ଶାରୀରିକ ଓ ମାନସିକ କ୍ଷତି ହେବାସହ ସେ ଜଣେ ପୂର୍ଣ୍ଣାଙ୍ଗ ମାଆ ହୋଇପାରେନାହିଁ ଓ ଏହା ଆଇନ ସମ୍ମତ ନୁହେଁ ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପଣ୍ଡା ବୁଝାଇଥିଲେ | ପରେ ନାବାଳିକାଙ୍କ ବାପା ମାଆ ଶେଷରେ ଝିଅକୁ ୧୮ବର୍ଷ ପୂର୍ବରୁ ବାହା ଦେବେ ନାହିଁ ବୋଲି ଲିଖିତ ଭାବେ ରାଜି ହୋଇଥିଲେ |

Welcome to Odisha News24

%d bloggers like this: