ପଡେଇକାନିରେ ମାଁ ଠାକୁରାଣୀଙ୍କ ବଲାଣି ପର୍ଵ ପାଳିତ

ୱେବ ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର (ତା-୨୨-୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ନାରାୟଣ ପୁର ପଞ୍ଚାୟତ ଅନ୍ତର୍ଗତ ପଡେଇକାନି ଗ୍ରାମରେ ଆଜି ଠାକୁରାଣୀଙ୍କ ବଲାଣି ପର୍ଵ ପାଳିତ ହୋଇଯାଇଛି। ଏହି ବଲାଣି ପର୍ଵ ପ୍ରତ୍ୟେକ ବର୍ଷରେ ମାର୍ଗଶିର ମାସ ଠାରୁ ପୌଷ ମାସ ରେ ଆଦିବାସୀଙ୍କ ପରମ୍ପରା ରୀତିନୀତି ହିସାବରେ ପୂର୍ବରୁ ପାଳିତ ହୋଇଆସୁଛି ।

ଏହି ଵଲାଣି ପର୍ବ ରେ ମାଁ ଗ୍ରାମ ଦେବୀ ଙ୍କୁ ପୂର୍ବ ରାତ୍ରରେ ବାଜା,ମଇରୀ ବଜାଇ ବେଜୁ,ବେଜୁଣି ନାଚନ୍ତି ବେଜୁଣି ମାନଙ୍କ ଦେହରେ ମାଁ ଠାକୁରାଣୀ ପ୍ରସନ୍ନ ହୁଅନ୍ତି। ତେଣୁ ଏହି ଵଲାଣି ପର୍ଵ ରେ ଦୁଃଖି ଗରିବ ପରିବାର ର ଲୋକମାନେ ମାନସିକ କରିଥାଅନ୍ତି ପରିବାର ଲୋକଙ୍କୁ କୌଣସି ଜ୍ଵର ବେମାର ହେଲେ ବେଜୁ କିମ୍ବା ବେଜୁଣି ବସାଇ ମାନସ କରିଥାନ୍ତି। ଯେବେ ବଲାଣି ପର୍ଵ ହେଲେ ସେହି ସମୟରେ କୁକୁଡ଼ା, ପାରା ଓ ନଡ଼ିଆ ପୂଜା କରନ୍ତି। ଗ୍ରାମ କୁଟୁମ୍ବ ପକ୍ଷରୁ ଛେଳି,କୁକୁଡ଼ା, ପାରା,ଓ ଗରୁ କୁ ପୂଜା କରନ୍ତି। ଯଦି ବା ଗରୁକୁ ପୂଜା ନ କରନ୍ତି ତେବେ ଗାଁର ଲୋକମାନେ ଜ୍ୱର ବେମାର ହୁଅନ୍ତି ବୋଲି ଗ୍ରାମର ଯାନୀ ପିଡ଼ିସିକା ବିକ, ଗ୍ରାମର ମୁଖିଆ ପିଡ଼ିସିକା ସିତନା,ବାଜୁଣିଆ ହିକକା ନୀଳକଣ୍ଠ ସମେତ ଗ୍ରାମ ଅଧିକାଂଶ ଲୋକ ପରମେଶ୍ବର ପିଡ଼ିସିକା, ରାଉତ ପିଡ଼ିସିକା, ରୋହିଦାସ ପିଡ଼ିସିକା, କାଡ୍ରାକା ସାଙ୍ଗାନା, ରାମଦାସ ହିକକା, ଗୋବିନ୍ଦ ଟାକିରିଆ ବେଜୁଣି ଡ଼ମୁଣି ପିଡ଼ିସିକା, ରେଳ ପିଡ଼ିସିକା କହିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: