ପଂଚାୟତ ରାଜ ବିଭାଗରେ ଦୁର୍ନୀତି ଗନ୍ଧ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୨/୦୨): ହରଭଙ୍ଗା ବ୍ଲକ ୨୦୧୭-୨୦୧୮ରେ ବାଣିଭୂଷଣ ପୁର ପଂଚାୟତ ରୁ ବିଛିନ୍ନ ହୋଇ ସ୍ୱତନ୍ତ୍ର ଭାବେ ନୂଆ ପଂଚାୟତ ରେ ତିଆରି ହୋଇଥିବା କରଞ୍ଜକଟା ପଂଚାୟତରେ ଦୁର୍ନୀତି ଦିନକୁ ଦିନ ବଢିବଢି ଚାଲିଛି |

କରଞ୍ଜକଟା ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ୨୦୧୮-୨୦୧୯ ଆର୍ଥିକ ବର୍ଷରେ MGNREGA ଯୋଜନାରେ ୨୦,୦୦,୦୦୦ ଓ SFC ଯୋଜନାରେ ୧୫,୦୦,୦୦୦ ଟଙ୍କା ମଞ୍ଜୁର ହୋଇଥିଲା | କିନ୍ତୁ ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ସଂପୁର୍ଣ ହୋଇ ପାରିନି | ପଂଚାୟତର କାର୍ଯ୍ୟକଳ ୪ ବର୍ଷହୋଇଥିଲେ ବି କାର୍ଯ୍ୟାଳୟ ପରିସରରେ ପାନୀୟ ଜଳର ସୁବିଧା ନାହିଁ | ଆଖ ପାଖରେ ନଳକୂପ ନ ଥିବାରୁ କିରୋସିନି, ଚାଉଳ, ଚିନି, ଗହମ କଣ୍ଟ୍ରୋଲ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବା ବେଳେ ପଂଚାୟତ ବାସି ବାସୀଙ୍କୁ ପାନୀୟ ଜଳର ମହା ସଙ୍କଟ ହେଉଛି | ରାସ୍ତା ଘାଟ କଥା ନକହିଲେ ଚଳେ | ଏଣୁ ସମ୍ମାନିୟ ବୌଦ୍ଧ ପ୍ରଶାସନ, ହରଭଙ୍ଗା BDO, PD, ବୌଦ୍ଧ ଜିଲ୍ଲପାଳ, ପାଞ୍ଚୟତରାଜ ମନ୍ତ୍ରୀଙ୍କୁ କରଞ୍ଜକଟା ପଂଚାୟତ ବାସି ଙ୍କ ଅଭିଯୋଗ ହେଉଛି ଯେ ଏଗୁଡିକ ସମସ୍ୟାକୁ ଯଥାଶୀଘ୍ର ତଦନ୍ତ କରି ସମାଧାନ କରାଯାଉ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: