ନ୍ୟାୟ ଲୋକଙ୍କ ମୌଳିକ ଅଧିକାର : ନବୀନ ପଟ୍ଟନାୟକ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୬-୧୨): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ମିଳିତ ଭାବେ ଗଞ୍ଜାମର ହିଞ୍ଜିଳିକାଟୁ ରେ ନୂତନ ସିଭିଲ ଜଜ୍ କୋର୍ଟ ଭବନ ଉଦଘାଟନ କରିଛନ୍ତି । ଏହି ଅବସରରେ ନାଗରିକଙ୍କୁ ନ୍ୟାୟ ପ୍ରଦାନର ସାମ୍ବିଧାନିକ ଲକ୍ଷ୍ୟ ହାସଲ କରିବାକୁ ଓଡିଶା ସରକାର ଦୃଢ଼ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୂତନ କୋର୍ଟ ପାଇଁ ହିଞ୍ଜିଲିକାଟୁବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନ୍ୟାୟ ପାଇବା ଲୋକଙ୍କ ମୌଳିକ ଅଧିକାର ଏବଂ ନ୍ୟାୟ ବିତରଣ ବ୍ୟବସ୍ଥାକୁ ମଜବୁତ କରିବାକୁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ପ୍ରତିବନ୍ଧକ ସତ୍ତ୍ୱେ ବାଣିଜ୍ୟିକ ବିବାଦର ସମାଧାନ ପାଇଁ ଓଡିଶା ସରକାର ନିକଟରେ ଚାରୋଟି ନୂତନ କୋର୍ଟ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାମାନଙ୍କ ବିରୋଧରେ ହୋଇଥିବା ଅପରାଧକୁ ସ୍ୱତନ୍ତ୍ର ଭାବେ ବିଚାର କରିବା ପାଇଁ ନିକଟରେ ୪୫ ନୂତନ କୋର୍ଟ ସ୍ଥାପନ କରାଯାଇଛି । ନ୍ୟାୟପାଳିକାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାର ହାଇକୋର୍ଟଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ଏବଂ ଓକିଲ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି।

Welcome to Odisha News24

error: Content is protected !!
%d bloggers like this: