ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ରିପୋର୍ଟ: ଏ.ସତୀଶ //
ନବରଙ୍ଗପୁର (୨୩/୦୧): ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସହର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତିରେ ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅଥିତି ଭାବରେ ଉପ ଜିଲ୍ଲାପାଳ ନବରଙ୍ଗପୁର ଶ୍ରୀ ଭାସ୍କର ରଇତ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପର୍ତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ, ସୂଚନା ଓ ଲୋକସଂପର୍କ ବିଭାଗ ର କର୍ମଚାରୀ ଶ୍ରୀ ରାଜେନ୍ଦ୍ର କୁମାର ମାଝୀ, ଶ୍ରୀ ନୀଳକଣ୍ଠ ନାଏକ, ନବରଙ୍ଗପୁର ପୌରପାଳକାର ଶ୍ରୀ ଜ୍ୟୋତି ପରିଚ୍ଛା ଓ ପୌରପାଳିକାର କର୍ମଚାରୀ, ସହରର ବରିଷ୍ଟ ନାଗରିକ ପ୍ରମୁଖ ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସେହିପରି ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଉତ୍କଳ ପରିଷଦ ନବରଙ୍ଗପୁର ଓ ହିନ୍ଦୁ ଏକତା ବାହୀନି ପକ୍ଷରୁ ସଦର ମହକୁମା ଠାରେ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍କଳ ପରିଷଦ ର ଉପ ସଭାପତି ପ୍ରେମଚାନ୍ଦ ପଟ୍ଟନାୟକ , ହିନ୍ଦୁ ଏକତା ବାହୀନି ର ଗୌରୀ ସାହୁ , ଗୌରୀ ଶଙ୍କର ମାଝୀ , ସନ୍ତୁନୁ ପାତ୍ର , ଶୁଭମ ଚୌଧରୀ , ନାଗେଶ୍ଵର ସୁବୁଦ୍ଧି , ରଶ୍ମି କୁମାର ନାୟକ ସହ ବହୁ ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: