ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୦୩/୦୧): ନୂତନ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆଣିଲା ଶୁଭ ଖବର । ମହାମାରୀ କରୋନା ସକାଶେ ଦୀର୍ଘ ୯ମାସ ବନ୍ଦ ପଡିଥିବା ଧାର୍ମୀକସ୍ଥଳୀ ଏବେ ଖୋଲିବାର ବାଟ ଫିଟିଛି । ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ଜାରି କରି ସବୁ ଧାର୍ମୀକସ୍ଥଳୀ କଟକଣା ମଧ୍ୟରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଥରକେ ୧୦ଜଣ ଭକ୍ତ ଯାଇ ମନ୍ଦିର ଭିତରେ ପୂର୍ଜର୍ଚ୍ଚନା କରିପାରିବେ । ତେବେ ମହାମାରୀ ସଂକ୍ରମଣଠାରୁ ସାଧାରଣ ଲୋକେ କିଭଳି ସୁରକ୍ଷିତ ରହିବେ ସେଥି ନେଇ ମନ୍ଦିର ମୁଖ୍ୟ ଫାଟକ ନିକଟ ତଥା କାନ୍ଥରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିବାକୁ କୁହାଯାଇଛି । 
ସେହିଭଳି ମାସ୍କ ପରିଧାନ ସହ ସମାଜିକ ଦୂରତ୍ୱ ମାନିବା ଏବଂ ମନ୍ଦିର କିମ୍ବା ଧାର୍ମୀକ ଅନୁଷ୍ଠାନ ପରିସରରେ ଛେପ ପକାଇବା ସମୂର୍ଣ୍ଣ ନିଷିଦ୍ଧ ହେବ । କଟକଣାକୁ ବେଖାତିର କଲେ ସଂମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟା ଏଥିନେଇ ଉତ୍ତରଦାୟୀ ରହିବା ସହିତ ଜିଲ୍ଲା ପ୍ରଶାସନ ଉକ୍ତ ଧାର୍ମୀକସ୍ଥଳୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଅନୁରୂପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ପରେ ମା ମାଝିଘରିଆଣୀଙ୍କ ମନ୍ଦିର ଖୋଲିବା ନେଇ ବାଟ ଫିଟିଛି । ଦୀର୍ଘମାସ ଧରି ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇବା ନିମନ୍ତେ ଚାହିଁ ବସିଥିବା ବେଳେ ଜିଲ୍ଲା ପ୍ରଶାସନର ମନ୍ଦିର ଖୋଲିବା ନିଷ୍ପତ୍ତି ଭକ୍ତଙ୍କୁ ଆସ୍ୱସ୍ତି କରିଛି । ଜିଲ୍ଲା ତଥା ପଡୋଶୀ ରାଜ୍ୟ ଓ ପାରିପାଶ୍ୱର୍କ ଅଞ୍ଚଳରୁ ମାଙ୍କ ସହଶ୍ର ଶ୍ରଦ୍ଧାଳୁ ଆସିଶ ପାଇବାକୁ ମାଙ୍କୁ ଦର୍ଶନ ଓ ମାନଶିକ ହାସଲ ସକାଶେ ଏଠାକୁ ଆସିଥାନ୍ତି । ତେବେ ମନ୍ଦିର ବନ୍ଦ ଥିବାରୁ ଅନେକ ଭକ୍ତମାନେ ନିରାଶ ହୋଇ ଖାଲି ହାତରେ ମାଙ୍କୁ ଦର୍ଶନ ନ କରି ଫେରିଯାଇଥିଲେ ।
ଅନ୍ୟପଟେ ଆସନ୍ତା ୧୨ତାରିଖଠାରୁ ୧୭ରିଖ ଯାଏଁ ମାଙ୍କ ମନ୍ଦିର ପରିସରରେ ପ୍ରବଳ ଭିଡ ଅନୁଭୂତ ହେବା ଆଶଙ୍କା କରି ପ୍ରଶାସନ ଉକ୍ତ ଦିନରେ ମନ୍ଦିର ବନ୍ଦ ରଖିବାକୁ ବିଜ୍ଞପ୍ତିରେ ଦର୍ଶାଇଛି । ସେହି ଦିନ ମାଙ୍କ ବିଶେଷ ପୂଜାନୀତି ରହିଥିବାରୁ ଅଧିକାଂଶ ଶ୍ରଦ୍ଧାଳୁଙ୍କ ସମାବେଶ ହେବା ନେଇ ସମ୍ଭାବନା ରହିଥିବାରୁ ଉକ୍ତ ଦିନ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଛି । ବିଗତ କିଛି ଦିନରୁ କରୋନା ସଂକ୍ରମଣ ହାସ ପାଉଥିବାରୁ ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ ଓ ରାଜନୈତିକ ଦଳ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଦାବି ହୋଇ ଆସୁଥିଲା । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ବିଚାର କରି ମନ୍ଦିର ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ସହରବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।