ସାଧାରଣ ଜନତାଙ୍କ ସ୍ୱର

ନୂତନ ନଳକୂଅ ପାଇଁ ଗ୍ରାମବାସିଙ୍କ ଦାବି

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୨୨/୦୨୦): ଜାଣିଶୁଣି ପଂଚାୟତ ଓ ପ୍ରଶାସନ ଚୁପ | ଦୁଇ ବର୍ଷ ହେଲାଣି ବାର ବାର ଅଭିଯୋଗ କଲେବି ହୋଇପାରୁନି ପାନୀୟ ଜଳର ବ୍ୟବସ୍ଥା | କିଡ଼ନୀ ମହାମାରୀ ଜମାଟ ବାନ୍ଧି ଥିବା ଜାଗାରେ ନଳକୂଅ ରୁ ବାହାରୁଛି ନାଲି ରଙ୍ଗର ଦୁର୍ଗନ୍ଧ ବାସ୍ନା ବାହାରୁ ଥିବା ପିଇବା ପାଣି |

ପଂଚାୟତ କୁ ବାରମ୍ବାର ଅଭିଯୋଗ ଜଣାଇଥିବା କହିଛନ୍ତି ଗ୍ରାମବାସୀ | ବାଧ୍ୟ ହୋଇ ରୋଗ ହେଲେବି ଖାଇବାରେ ବ୍ୟବହାର କରୁଛନ୍ତି ଏହି ପାଣିକୁ | ଧଳପୁର ପଂଚାୟତ ତେନ୍ତୁଳି ପଦର ଗ୍ରାମରେ ହୋଇଛି ଏହି ପାନୀୟ ଜଳର ସମସ୍ୟା | ହରଭଙ୍ଗା ବ୍ଲକ ରଧଳପୁର ପଂଚାୟତ କିଡ଼ନୀ ରୋଗରେ ସରକାରୀ ରେକଡ଼ ରେ ପ୍ରଥମ ସ୍ଥାନରେ ରହିଥିବା ଗ୍ରାମରେ ଏଭଳି ସମସ୍ୟା ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି | ଏଣୁ ମାନ୍ୟବର ଜିଲ୍ଲାପାଳ ବୌଦ୍ଧଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ ଏହି ନଳକୂଅ ପାଣିକୁ ପରିଷ୍କାର କିମ୍ବା ନୂତନ ନଳକୂଅ ତିଆରି କରି ପାନୀୟ ଜଳ ସଙ୍କଟରୁ ମୁକ୍ତ କରାଯାଉ |

Welcome to Odisha News24

%d bloggers like this: