ନୂଆ ଲକ୍ଷଣରେ ଫେରିଛି କରୋନା; ସବୁ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦେଶ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୨୪,୧୨: ବ୍ରିଟେନରେ ବ୍ୟାପିଥିବା କରୋନା ଏବେ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ଟିକା ଆସିବାକୁ ଥିବା ବେଳେ କରୋନାର ନୂଆ ଲକ୍ଷଣ ବିଶେଷଜ୍ଞ ଏବଂ ଚିକିତ୍ସିକଙ୍କ ସମସ୍ୟା ବଢ଼ାଇଛି । ବ୍ରିଟେନର ନ୍ୟାଶନାଲ ହେଲଥ ସର୍ଭିସ୍ (ଏନଏସଏଚ) କହିଛି ଯେ କରୋନା ଭାଇରସର ୭ଟି ନୂଆ ଲକ୍ଷଣ ସାମ୍ନାକୁ ଆସିଛି । ଆଉ ଏହି ନୂଆ ଷ୍ଟ୍ରେନ ୫୦% ଅଧିକ ବେଗରେ ବ୍ୟାପୁଛି । ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି ।

ଏହା ଭିତରେ ଓଡିଶାକୁ ବ୍ରିଟେନରୁ ଫେରିଛନ୍ତି ୪୩ ଜଣ । ୨୧ ଜଣ ଭୁବନେଶ୍ୱରକୁ ଆସିଥିବା ବେଳେ ଯାଜପୁର,ବଲାଙ୍ଗୀର, ରାଜଗାଙ୍ଗପୁର ସମ୍ବଲପୁର ଜିଲ୍ଲାକୁ ଜଣେ ଲେଖାଏଁ ଆସିଛନ୍ତି । ଖୋର୍ଦ୍ଧାକୁ ଜଣେ, କଟକକୁ ୫ ଜଣ, କୋରାପୁଟ ଓ ବ୍ରହ୍ମପୁରକୁ ୩ ଜଣ ଲେଖେ, ଜଗତସିଂହପୁର ଓ ସାକ୍ଷୀଗୋପାଳକୁ ଜଣେ ଲେଖାଏଁ, ନୟାଗଡ଼ ନବରଙ୍ଗପୁରକୁ ୨ ଜଣ ଲେଖାଏଁ ଫେରିଛନ୍ତି ।ରାଜ୍ୟ ସରକାର ଏହା ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି । ଏହାସହ ସମସ୍ତ ଜିଲ୍ଲା, ମୁନିସିପାଲଟି ମୁଖ୍ୟଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । କ୍ଷିପ୍ରଗତିରେ ଜଣଙ୍କ ଠୁ ଅନ୍ୟଜଣଙ୍କୁ ବ୍ୟାପୁଛି ଏହି ନୂଆ ଲକ୍ଷଣ ଯୁକ୍ତ କରୋନା ।

କରୋନାର ସାଧାରଣ ଲକ୍ଷଣ ଜ୍ୱର, ଶୁଖିଲା କାଶ, ସ୍ୱାଦ, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ରହିଛି । ହେଲେ ଏବେ ନୂଆ ଲକ୍ଷଣ ହେଲା ଭୋକ ନହେବା, ଅଳସୁଆ ପଣ ଲାଗିବା, ମାନସିକ ଭ୍ରମ ଦେଖାଦେବା, ମାଂସପେଶୀରେ ଯନ୍ତ୍ରଣା ହେବା, ଚର୍ମ ଲାଲ ପଡ଼ିଯିବା, ଡାଇରିଆ, ମୁଣ୍ଡ ବ୍ୟଥା ହେବା ବୋଲି ରହିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: