ନିୟମ ଗିରି ପାହାଡ ଅଞ୍ଚଳରେ ୫୩ ଜଣ ପଜିଟିଭ, ପୁଣି କରୋନା ସ୍ୱାବ ପରୀକ୍ଷା

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୨୨-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ବୁଡୁଣି ଓ ଚାଟିକଣା ଠାରେ କରୋନା ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଛି ।

ଏଥିରେ ବୁଡୁଣିଗାଁ ରେ ୪୩ ଜଣ କରୋନା ନମୁନା ପରୀକ୍ଷା ଦେଇଥିବା ବେଳେ ଚାଟିକଣା ଠାରେ ୧୮ଜଣ ଦୁଇଟି ଗାଁkalyan ରେ ୬୧ଜଣଙ୍କ ସ୍ୱାବ ପରୀକ୍ଷା କରିଥିବିବେଳେ ୧୮ଜଣଙ୍କୁ ପଜିଟିଭ ବାହାରିଛି । ଏଥିରେ ବୁଡୁଣିରେ ୭ଟି ଓ ଚାଟିକଣା ରେ ୧୧ଟି କରୋନା ପଜିଟିଭ ବାହାରିଛି। ଏମାନଙ୍କୁ ଆବଶ୍ୟକ ପଡ଼ିଲେ କାନସୁର ବାଳକ ଶିକ୍ଷା ନିକେତନ ଠାରେ ରଖାଯାଇ ଚିକିତ୍ସା କରି ସରକାରଙ୍କ ପକ୍ଷରୁ ମାଗଣା ଖାଦ୍ୟ ଦିଆଯିବ । ଗତ କିଛିଦିନ ମଧ୍ୟରେ ନିୟମଗିରିରେ ପ୍ରଥମେ ୧୯ଜଣ, କାଡ୍ର।କା ବଣ୍ଡେଲି ଓ ପାରାମାଲି ଠାରେ ୧୬ଜଣ ଓ ଆଜି ବୁଡୁଣୀ, ଚାଟିକଣା ଠାରେ ୧୮ ଜଣ ମୋଟ ୫୩ ଜଣଙ୍କୁ କରୋନା ପଜିଟିଭ ବାହାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Welcome to Odisha News24

error: Content is protected !!
%d bloggers like this: