ନିୟମଗିରିରେ ପୁଣି ୧୦ଜଣ ଡଙ୍ଗରିଆଙ୍କୁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣସିଂହପୁର(ତା-୨୭/୫/୨୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ନିୟମଗିରି ପାହାଡ଼ର ଅଞ୍ଚଳର ପାରାମାଳି ଗାଁରେ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ ସ୍ବାବ ଟେଷ୍ଟ କରିବା ସହ କରୋନା ଟିକା ଦିଆଗଲା । ଆଜି ଗୁରୁବାର ଦିନ ପର୍ସାଲି ପଞ୍ଚାୟତର ପାରାମାଳି ଗାଁରେ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଏକ ଟିମ ଯାଇ ୧୮ ଜଣ ଡଙ୍ଗରିଆ କନ୍ଧ ମାନଙ୍କୁ ସ୍ବାବଟେଷ୍ଟ କରିବା ସହ ସାତ ଜଣ ଡଙ୍ଗରିଆ କନ୍ଧଙ୍କୁ କରୋନା ଟିକା ଦିଆ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏହି ଗାଁରେ ସାତ ଜଣ ଟିକା ନେଇଥିବା ବେଳେ ୧୮ଜଣକୁ ସ୍ବାବଟେଷ୍ଟ କରିବାରୁ ସେମାନଙ୍କ ମଧ୍ୟରେ ୧୦ ଜଣ ଡଙ୍ଗରିଆ କନ୍ଧ ଙ୍କୁ କରୋନା ପଜିଟିଭ ବାହାରିଥିବା ସୂଚନା ମିଳିଛି । ପୁର୍ବରୁ ନିୟମଗିରିରେ ୫୫ ଜଣ କରୋନା ପଜିଟିଭ ବାହାରି ଥିବା ବେଳେ ଏହାକୁ ମିଶାଇ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ପୁର୍ବରୁ ୨୩ ଜଣ ଟିକା ନେଇଥିବା ବେଳେ ଏହାକୁ ମିଶାଇ ନିୟମଗିରି ଅଞ୍ଚଳରେ ମୋଟ ୩୦ ଜଣ ଟିକା ନେଇଥିବା ଖବର ଲେଖା ପର୍ଯ୍ୟନ୍ତ ସୂଚନା ମିଳିଛି ।

Welcome to Odisha News24

error: Content is protected !!
%d bloggers like this: