ନିୟମଗିରି ପାହାଡ ଡଙ୍ଗରିଆ ଅଞ୍ଚଳରେ ଉପଜିଲ୍ଲାପାଳଙ୍କ ଗସ୍ତ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୨୦/୦୫/୨୧): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରିର ଦୁଇଟି ସୁନାଖଣ୍ଡି ଓ ପାର୍ସାଲି ପଞ୍ଚାୟତର ତେବାପଡା,କାଡ୍ରାକାବଣ୍ଡେଲି ଓ ପାର୍ସାଲି ପ୍ରମୁଖ ଗାଁକୁ ଉପଜିଲାପାଳ ପ୍ରତାପ ଚନ୍ଦ ପ୍ରଧାନ ଗସ୍ତ କରିଥିଲେ । ନିୟମଗିରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ଯା ବିଷୟରେ ପଚାରି ବୁଝିଥିଲେ ।

ଉପ ଜିଲାପାଳ ସହ ପିଆଇଟିଡିଏ ଟୁକୁ ବାରିକ, ସ୍ଥାନୀୟ ବିଡିଓ କାଳୁ ଚରଣ ନାୟକ,ସିଡିପିଓ ମଞ୍ଜୁଳା ମିଶ୍ର,ସୁନାଖଣ୍ଡି ସରପଞ୍ଚ ଅଞ୍ଜନି ନିଶିକା ,ୱାଡ଼ ସଦସ୍ୟ କମୁଲୁ କାଡ୍ରକା,ବିପିଏମ କଳ୍ପତରୁ ବେହେରାଓ ଦୁଇଟି ପାର୍ସାଲି, ସୁନାଖଣ୍ଡି ପଞ୍ଚାୟତର ସମସ୍ତ ଅଙ୍ଗନାଡି କର୍ମୀ, ଆଶା କର୍ମୀ ଓ ଓପିଲିପିର କର୍ମୀମାନେ ଉପସ୍ଥିତ ଥିଲେ।ସମସ୍ତ ଡଙ୍ଗରିଆ କନ୍ଧ ମହିଳା ପୁରୁଷ ମାନଙ୍କୁ ଉପଜିଲାପାଳ ତୁଣ୍ଡି ବଣ୍ଡନ କରିବା ସହିତ ମାସିକ ବିଧବା,ବିକଳାଙ୍ଗ, ବୁଡା ବୁଡି ଭତ୍ତା ବଣ୍ଟନ କରିଥିଲେ ।ଏହାପରେ ପାର୍ସାଲି ଠାରେ ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ନେଇ ଏକ ବୈଠକ କରି ସେମାନଙ୍କୁ ଡଙ୍ଗରିଆ ଅଞ୍ଚଳର ପ୍ରତ୍ୟେକ ଘରଘରବୁଲି କରୋନା ପରୀକ୍ଷା ଅକସି ମିଟର ଓ ଥର୍ମାଲ ସ୍କେନ କିପରି କରିବେ ତାହା ଉପରେ କର୍ମୀ ମାନଙ୍କୁ ବୁଝାଇ ଏକ କମିଟି ଗଠନ କରିଥିଲେ ।

ଏହି (ଟିମ) କମିଟି ନିୟମଗିରି ଅଞ୍ଚଳର ପ୍ରତ୍ୟେକ ଘର ଘର ବୁଲି କରୋନା ଟେଷ୍ଟ କରିବେ ଵୋଲି ଉପଜିଲାପାଳ କହିଛନ୍ତି ।ତେବାପଡା ଗାଁରେ ଡଙ୍ଗରିଆ ଙ୍କ ବିବାହ କରିବାକୁ ଥିବାରୁ ତାହାକୁ କମ ଲୋକ ରହି ବିବାହ କରି ଭୋଜି ନକରିବାକୁ କହିଥିଲେ ।ସୁନାଖଣ୍ଡି ପଞ୍ଚାୟତର ଟେବାପତା ଓ କାଡ୍ରାକା ବଣ୍ଡେଲି ଗାଁର ଡଙ୍ଗରିଆ କନ୍ଧ ମାନଙ୍କୁ ବୁଝାସୁଜା ପରେ ଏହି ଦୁଇ ଗାଁ ଲୋକ କରୋନା ସ୍ୱାବ ଟେଷ୍ଟ କରିବାକୁ ରାଜି ହୋଇଥିବା ଜଣାପଡିଛି ।ଆସନ୍ତା କାଲି ସ୍ୱାସ୍ଥ୍ୟ ବିଭାଗ ଟିମ ଜାଇ ସ୍ବାବଟେଷ୍ଟ କରବେ ଵୋଲି ଜଣାପଡିଛି ।କିନ୍ତୁ ଅନ୍ୟ ଗାଁ ଗୁଡିକ ସ୍ବାବ ପରୀକ୍ଷା କରିବେ କି ନାହିଁ ତାହା ସ୍ବଷ୍ଟ ଜଣା ପଡିନି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: