ନିୟମଗିରି ଡଙ୍ଗରିଆଙ୍କ ଅଞ୍ଚଳରେ ମନ୍ତ୍ରୀଙ୍କ ଗସ୍ତ,ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୨୭-୫-୨୧ ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚୟତର ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ କନ୍ଦ ଅଞ୍ଚଳକୁ ଆଦିବାସୀ ଅନୁସୂଚିତ ଜାତି ଓ ଜନ ଜାତି ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତକରି ,ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଶ୍ରୀ ସାରକା ପ୍ରଥମେ ମାଝୀଗୁଡା ପଞ୍ଚାୟତର ମୃତ ସରପଞ୍ଚ ଙ୍କ ଘରକୁ ଯାଇ ପରିବାରଲୋକଙ୍କ ଦୁଃଖରେ ସାମିଲ ହୋଇ ସେହି ପରିବାରକୁ ସାନ୍ତ୍ୱନା ଦେଇଥିଲେ ।

ଏହା ପରେ ପାର୍ସାଲି ପଞ୍ଚାୟତର କାନସୁର ବାଳକ ଶିକ୍ଷାନିକେତନ କେନ୍ଦ୍ରରେ ନିୟମଗିରିର କରୋନା ରେ ଆକ୍ରାନ୍ତ ହୋଇ ରହିଥିବା ୨୧ ଜଣ ଡଙ୍ଗରିଆ କନ୍ଧଙ୍କୁ ଦେଖିଥିଲେ ।ଏବଂ ସେମାନଙ୍କୁ କୋବିଡ଼ରେ ୧୪ ଦିନଧରି ରଖି ଚିକିତ୍ସା ସହ ଖାଦ୍ୟପେୟ ବିଷୟରେ ପଚାରି ବୁଝିଥିଲେ । ଏହାପରେ ଦୁର୍ଗମ ନିୟମଗିରିର କାଡ୍ର।କାଵଣ୍ଡେଲି ଗାଁକୁ ଯାଇଥିଲେ । ସେଠାରେ ଗ୍ରାମବାସୀ ମାନଙ୍କୁ ନେଇ ବୈଠକ କରିଥିଲେ । କରୋନା ମହାମାରୀ ବିଷୟରେ ବୁଝାଇଥିଲେ । ଓଡ଼ିଶା ଓ ବାହାର ରାଜ୍ୟରେ କରୋନା ରେ ଆକ୍ରାନ୍ତ ହୋଇ ବହୁତ ଲୋକମାନେ ମୃତ୍ୟୁ ବରଣ କଲେ ସେଥିପାଇଁ ସରକାର ସମସ୍ତଙ୍କ ସୁବିଧା ପାଇଁ ଟୀକା ଓ ସ୍ୱାବପରୀକ୍ଷା କରିଥିବା ବେଳେ ମଧ୍ୟ ଡଙ୍ଗରିଆ ଙ୍କ ପାଇଁ ସ୍ୱାବ ପରୀକ୍ଷା ଓ ଟୀକାକରଣ ବ୍ୟବସ୍ଥା କରିଛନ୍ତି । ବାହାରକୁ ଗଲେ ମୁଖରେ ତୁଣ୍ଡି ଲଗାଇବା ସହ, ସାନିଟାଇଜ ବା ସବୁନରେ ହାତକୁ ବାରମ୍ବାର ଧୋଇବା, ସାମାଜିକ ଦୂରତା ରେ ରହିବା କହି ଡଙ୍ଗରିଆ ଙ୍କୁ ସଚେତନତା କରିଥିଲେ । ଏବଂ ଉକ୍ତ କାଡ୍ର।କାଵଣ୍ଡେଲି ଅଞ୍ଚଳର କରୋନା ରେ ଆକ୍ରାନ୍ତ ହୋଇଥିବା ୧୬ ପରିବାର ଡଙ୍ଗରିଆ ଙ୍କୁ ଚାଉଳ, ଡ଼ାଲି, ବିସ୍କୁଟ,ତେଲ, ଡାଳି ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ । ନିୟମ ଗିରି ଅଞ୍ଚଳର ସମସ୍ତ ଗାଁରେ ମଧ୍ୟ ସଚେତନତା କରି ସ୍ୱାବ ପରୀକ୍ଷା କରିବା ସହିତ ଟୀକା ଦେବା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାପରେ ତେବପଡା, ପାରାମାଲି ଓ ଟାମକସିଲା କଥା ବୁଝି ଫେରି ଯାଇଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ (ପିଆଇଟିଡିଏ) ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଟୁକୁ ବାରିକ ,ବିଡ଼ିଓ କାଳୁ ଚରଣ ନାୟକ, ଡ଼ଙ୍ଗରିଆ କନ୍ଧ ଉନ୍ନତ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନଭସ ରାଓ, ଓପିଲିପିର ଅଧିକାରୀ ସଞ୍ଜୟ ସ୍ୱାଇଁ ,ଆଶା, ଅଙ୍ଗନବାଡି ପ୍ରମୁଖ ଉପସ୍ଥିତ ରହିଥିଲେ ।ଶେଷରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଟେବାପଡାରେ କରୋନା ରେ ୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ପରିବାର କୁ ଶୁଖିଲା ଖାଦ୍ୟ ଦେବାରୁ ଡ଼ଙ୍ଗାରିଆ ମାନେ ରକଠକ ମନାକରିଥିଲେ ।କାରଣ କହିଥିଲେ ଯେ ଅଙ୍ଗନବାଡି ତରଫରୁ ଶିଶୁ ଓ ଗର୍ଭବତୀ ଙ୍କୁ ଅଣ୍ଡା,ଛତୁଆ ,ଗର୍ଭବତୀ ଙ୍କୁ ଟଙ୍କା ସମାନ ଭାବରେ ମିଳୁନି କିନ୍ତୁ ଆମକୁ କରୋନା ହେଇଛି କହି ନାକରେ କାଠି ପୁରାଇ ସ୍ୱାବ ପରୀକ୍ଷା କରୁଛ କହି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଦେଇଥିବା ଶୁଖିଲା ଖାଦ୍ୟ ନେଲେନି,ତାହାକୁ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଫେରାଇ ନେଇଯାଇଥିଲେ । ଆଉ ସେ ମାନେ କହିଛନ୍ତି ଯେ ଆମେ ମାଣ୍ଡିଆ ଯାଉ ପିଉଛୁ ଆମକୁ କରୋନା ହେବ ନାହିଁ ବୋଲି କହିଥିଲେ।

Welcome to Odisha News24

error: Content is protected !!
%d bloggers like this: