ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ନିୟମଗିରିରେ ଡଙ୍ଗରିଆଙ୍କ କରୋନା ପରୀକ୍ଷା

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୨୧-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ରେ ବସବାସ କରୁଥିବା ଆଦିମ ବିରଳ ଡଙ୍ଗରିଆ କନ୍ଧଙ୍କ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚୟତର ଦୁଇଟି ଗାଁ କାଡ୍ର।କା ବଣ୍ଡେଲି ଓ ପାରାମାଲିରେ କରୋନା ସ୍ୱାବ ପରୀକ୍ଷା ୯୬ଜଣଙ୍କ କରାଯାଇଛି । କାଡ୍ର।କା ବଣ୍ଡେଲିରେ ୫୮ଜଣଓ ପାରାମାଲି ରେ୩୮ଜଣଙ୍କ ମହିଳା ପୁରୁଷ ଓ ଛୋଟ ପିଲା ମାନେ ମଧ୍ୟସ୍ୱାବ ପରିକ୍ଷା ଦେଇଥିଲେ ।

ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ଏହା ସଫଳ ହୋଇପାରିଛି ।ପ୍ରଥମ ପର୍ଯ୍ୟାୟରେ ନିୟମଗିରିରେ କରୋନା ର କୌଣସି ପ୍ରଭାବ ପଡିନଥିଲା ।ତାହା ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମେ ନିୟମଗିରିରେ ୧୯ଜଣଙ୍କ କରୋନା ପଜିଟିଭ ବାହାରିଥିଲା ।ଦ୍ଵିତୀୟ ଦିନ ପାର୍ସାଲି ରେ କରୋନା ଆଣ୍ଟିଜେନ ପରୀକ୍ଷା କରିବାକୁ ବ୍ଲକ ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଅଧିକାରୀମାନେ ଯାଇଥିଲେ ।ସେଠାରେ ଡଙ୍ଗରିଆ କନ୍ଧମାନେ ସ୍ୱାବ ପରୀକ୍ଷା କରିବୁନାହିଁ ବୋଲି ରୋକଠୋକ ମାନାକରିଦେଇଥିଲେ ।ଏହାକୁ ନେଇ ବ୍ଲକ ଓ ଜିଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଥିଲା ।ଜିଲାପାଳ ପ୍ରମୋଦ କୁମାର ମିଶ୍ର ଙ୍କ ନିର୍ଦ୍ଦେଶରେ ଗୁରୁବାର ଦିନ ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ଟୁକୁ ବାରିକ ସମେତ ବ୍ଲକ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ,ଆଶା, ଅଙ୍ଗନବାଡି, ଓପିଲିପି ସଂସ୍ଥା କର୍ମଚାରୀ ମାନେ ଟେବାପଡା ଓ କାଡ୍ର।କା ବଣ୍ଡେଲି ଗାଁରେ ପହଞ୍ଚି ଲୋକଙ୍କୁ ସଚେତନତା କରିବା ସହିତ ତୁଣ୍ଡି, ଭତ୍ତା ବଣ୍ଟନ କରିଥିଲେ।

ବହୁବାର ପ୍ରଶାସନ ବୁଝାଇବାପରେ ଉକ୍ତ ଅଞ୍ଚଳର ଡ଼ଙ୍ଗରିଆ ମାନେ କରୋନା ସ୍ୱାବ ପରୀକ୍ଷା ଦେବାକୁ ରାଜିହୋଇଥିଲେ ।ଏବଂ କାଡ୍ର।କା ବଣ୍ଡେଲି ଗାଁ ରେ ବିବାହ ଉତ୍ସବକୁ ପ୍ରଶାସନ କହିବା ନିୟମ ଅନୁଯାୟୀ କରାଯାଇଛି।କମ ଲୋକଙ୍କୁ ନେଇ ବାହାଘର କରାଯାଉଛି ।କିନ୍ତୁ ଭୋଜି ଭାତ କରାଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।ଆଜି ପ୍ରଶାସନ ପକ୍ଷରୁ ସ୍ୱାବ ପରୀକ୍ଷା କରିବା ପାଇଁ ଏକ ଦଳ ପାରାମାଲି ଓ କାଡ୍ର।କା ବଣ୍ଡେଲି ପହଞ୍ଚି ଥିଲେ।ଏଥିରେ ଦୁଇଟି ଗାଁରେ ୯୬ଜଣ ଙ୍କ ସ୍ୱାବ ପରୀକ୍ଷା କରାଯାଇଛି।ଏମାନଙ୍କ ମଧ୍ୟରେ କେତେଜଣଙ୍କ ପଜିଟିଭ ବାହାରିଛି ତାହା ସ୍ୱଷ୍ଟ ଜଣାପଡିନି ।ସ୍ୱାବ ପରୀକ୍ଷା ବେଳେ ବିଡ଼ିଓ କାଳୁ ଚରଣ ନାୟକ, ବିପିଏମ କଳ୍ପତରୁ ବେହେରା, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ମଦନମୋହନ ଦଳବେହେରା,ଓପିଲିପି ସଂସ୍ଥା ର କନିଷ୍ଠ ଯନ୍ତ୍ରୀ ଦେବଦାସ ବେଦୁଆ, ଓପିଲିପି ସଂସ୍ଥା ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ ,ଆଶା ସୁଲ ଭତ୍ରୀଆ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏସମ୍ପର୍କରେ ବିଡିଓ କାଳୁ ଚରଣ ନାୟକ ଙ୍କୁ ପଚାରିବାରୁ ସେକହିଲେ ଜିଲା ପ୍ରଶାସନ ପକ୍ଷରୁ ୨, ୩ ଦିନ ଧରି ବୁଝାଇବାପରେ ବହୁ କଷ୍ଟରେ କରୋନା ସ୍ୱାବ ପରୀକ୍ଷା କରିବାକୁ ରାଜି ହେଲେ ତାହାଆଜି କାଡ୍ର।କା ବଣ୍ଡେଲି ରେ ୫୮ଜଣ ଡଙ୍ଗରିଆ ସ୍ୱାବ ପରୀକ୍ଷା ଦେଲେ ।ଏହାର ପଜିଟିଭ କେତେ ବାହାରିଛି ବୋଲି ପଚାରିବାରୁ ଜିଲାପାଳ ସୂଚନା ଦେବେ ବୋଲି କହିଛନ୍ତି ।ଯଦି ଏମାନଙ୍କର କରୋନା ପଜିଟିଭ ବାହାରିଲେ ଏମାନଙ୍କୁ ନେଇ କାନସୁରୁ ବାଳକ ଶିକ୍ଷାନିକେତନ ଠାରେ ରଖି ଚିକିତ୍ସା କରିବା ସହିତ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: