ନିଲାବାଡ଼ି ଗ୍ରାମ ପଞ୍ଚାୟତ ଗସ୍ତରେ ବିଡ଼ିଓଙ୍କ ପରିଦର୍ଶନ

ୱେବ ରିପୋର୍ଟର : ମିନା ବେହେରା //
ବନ୍ଧୁଗାଁ ତା ୨୨/୧): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନିଲାବାଡ଼ି ଗ୍ରାମ ପଞ୍ଚାୟତର କିଛି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପରିଦର୍ଶନ, ନିଲାବାଡ଼ି ଗ୍ରାମ ପଞ୍ଚାୟତର ମା ଅଗ୍ନିଗାଂଗାମା ମନ୍ଦିର ମଣ୍ଡପ ନିକଟରେ ନୂତନ ଭାବରେ ଅଟକଳ ମୂଲ୍ୟ ୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ମଣ୍ଡପ କରାଯିବା ପାଇଁ ବ୍ଲକ ବିଡ଼ିଓ ପ୍ରତିଶୃତି ଦେବାସହ ସ୍ଥାନ ଚୟନ କରି କାମ ଶୁଭରମ୍ଭ କରାଇଥିଲେ | ଏହି ମଣ୍ଡପ ମାଙ୍କ ଠାକୁରାଣୀ ଯାତ୍ରା ପୂର୍ବେ ଶେଷ ହବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ I

ନିଲାବାଡ଼ି ଗ୍ରାମ ପଞ୍ଚାୟତର ୨ ନମ୍ବର ୱାର୍ଡ ପାଇଁ ଆସି ଥିବା ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଗତ ୨୦୧୬ ମସିହାରେ ଟଙ୍କା ଆସି ରହିଅଛି, ଏହି ଗୃହ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବା ଠିକାଦାର ମାନେ ଗୃହ କାମ କରିବା ପାଇଁ ଇଛୁକ ନଥିବାରୁ ଅଙ୍ଗନବାଡ଼ି କର୍ମୀ ଘର ପିଣ୍ଡାରେ ପିଲାଙ୍କୁ ପାଠ ପଢା ଚାଲିଛି, ଏଁଣୁ ବ୍ଲକ ବିଡ଼ିଓ ଶ୍ରୀ ରଜନି କାନ୍ତ ଦାସ ଓ ଗ୍ରାମ ପଞ୍ଚାୟତର କନିଷ୍ଟ ଯନ୍ତ୍ରୀ ଶ୍ରୀ ମହନ୍ତ ଅଙ୍ଗନବାଡ଼ି ଗୃହ କାମ ଆରମ୍ଭ କରିବା ପାଇଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ମିସ୍ମା ହାରିକାଙ୍କୁ ଡାକି ପଞ୍ଚାୟତର ନିକଟସ୍ତ ସ୍ଥାନକୁ ଚୟନ କରିବା ସହ ସଫା ସୁତୁରା କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଆସନ୍ତା କାଲି ମୁଁ ଓ ମୋହନ୍ତ ଏବଂ ନୀଲାବାଡୀ (ଆର ଆଈଙ୍କୁ )ଡାକି ସ୍କେଚ ମେପ ବାହାର କରାଯିବ ଓ ଯଥାଶୀଘ୍ର କାମ ଚାଲୁ କରିବ ବୋଲି ଶ୍ରୀ ଦାସ କହିଥିଲେ I ଏକ ନମ୍ବର ୱାର୍ଡର ଅଙ୍ଗନ ବାଡ଼ି ଗୃହ କାମ ଶେଷ ହୋଇ ୨ ବର୍ଷ ବିତିଲା ଓ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି, କିନ୍ତୁ କାମ କରିଥିବା ଠିକାଦାର ସମସ୍ତ ଟଙ୍କା ମିଳିଲା ଓ ଶେଷ ସାଠିଏ ହଜାର ଟଙ୍କା ଠିକାଦାର ଆଜି ପର୍ଯ୍ୟନ୍ତ ପାଇଁ ନାହିଁ ବୋଲି ଶ୍ରୀ ଦାସଙ୍କୁ ଅଭିଯୋଗ କରିବାରୁ ଯଥାଶୀଘ୍ର ବିଲ କରବା ପାଇଁ ଯନ୍ତ୍ରୀଙ୍କୁ କହିବି ବୋଲି କହିଥିଲେ I

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: