ସାଧାରଣ ଜନତାଙ୍କ ସ୍ୱର

ନିର୍ମାଣ ନାଁ ରେ ଗ୍ରାମ ରାସ୍ତାକୁ ମେସିନ୍ ଲଗାଇ କାଟି ଦେଲେ ଠିକାଦାର

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର ତା:୨୧/୦୨/୨୧): ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୭ନଂ ୱାର୍ଡ ଓ ୧୮ନ ୱାର୍ଡ କୁ ନେଇ ଖଡ଼ଗପୁର ଗ୍ରାମ ମୁଖ୍ୟ ଜିଲ୍ଲା ରାସ୍ତା ୫୫ ଠାରୁ ଗଡିଆଲିବନ୍ଦ ନିକଟରୁ ଗ୍ରାମକୁ ଯିବା ପାଇଁ ମେଟାଲ ମୋରମ ରାସ୍ତା ଟିଏ ପୂର୍ବରୁ ରହିଛି ବର୍ତ୍ତମାନ ଉକ୍ତ ରାସ୍ତା କଡ଼ରେ ନନ୍ଦପୁର ଆଇଟିଆଇ କଲେଜ ନିର୍ମାଣ କାର୍ଯ୍ୟ ଜୋର ସୋର ରେ ଚାଲିଛି ।

କିନ୍ତୁ ସଂପୃକ୍ତ ଠିକାଦାର କିଭଳି କାହା ପରାମର୍ଶରେ ପୁରୁଣା ରାସ୍ତାକୁ ଖୋଳି ରାସ୍ତା ମଝିରେ ଗର୍ତ୍ତ ସୃଷ୍ଟି କରି ଗାଁ ରାସ୍ତା କୁ ସମ୍ପୂର୍ଣ ବନ୍ଦ କରି ଦେଇଛନ୍ତି । ଫଳତଃ ଗ୍ରାମବାସୀ ହଇରାଣ ହେବା ସହ ଆଜି ମିଳିତ ହୋଇ ଠିକାଦାରଙ୍କୁ ବାରଣ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିବା ଜଣା ପଡ଼ିଛି।ଗ୍ରାମବାସୀଙ୍କ ସମେତ ଖଡ଼ଗପୁର ଭୈରବୀ ଆଦିବାସୀ ଯୁବକ ସଂଘର ସଭାପତି ଶ୍ରୀ ଭଗବାନ ମୁଦୁଲିଙ୍କ ଙ୍କ ନେତୃତ୍ୱରେ ସଦସ୍ୟ ମାନେ ଲିଖିତ ଅଭିଯୋଗ କମିଶନର କମ୍ ସେକ୍ରେଟାରୀ ପଞ୍ଚାୟତ ରାଜ ବିଭାଗ, ମୁଖ୍ୟ ସଚିବ ରାଜସ୍ବ ବିଭାଗ,ସଚିବ ଗ୍ରାମ୍ୟ ଉନ୍ନୟନ,ସଚିବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ,ସଚିବ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ,ସଚିବ ଏସ ଟି ଅବଂ ଏସ ସି ଉନ୍ନୟନ,ଜିଲ୍ଲାପାଳ କୋରାପୁଟ ଉପଜିଲ୍ଲପାଳ କୋରାପୁଟ,ଆରକ୍ଷୀ ଅଧିକାରୀ କୋରାପୁଟ,ବିଡ଼ିଓ ଅଵଂ ତହସିଲଦାର ନନ୍ଦପୁରଙ୍କ ଅବଗତି ଓ ବିହିତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଅନୁରୋଧ କରିବା ସହ କଲେଜ ନିର୍ମାଣ ସମୟେ ରାସ୍ତା କାଟି ନଷ୍ଟ ହୋଇ ଥିବାରୁ ରାସ୍ତାର ତଳ ପାଶ୍ୱର୍ରେ ପ୍ରୋଟେକ୍ସନ ୱାଲ୍ ନିର୍ମାଣ କରିବାକୁ ଦାବି କରିଛନ୍ତି।

Welcome to Odisha News24

%d bloggers like this: