ନିର୍ଦୟ ହେଲା ସାବତ ମାଆ, ନିଜ ଝିଅର ଗାଲକୁ କାଟିଲା ବ୍ଲେଡରେ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୩ /୧୧): ସାବତ ମା ନିର୍ଦୟ ସାଜି ନିଜ ଝିଅ ର ଗାଲ କାଟି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡା ଥାନା ନିକଟସ୍ଥ କାମ୍ପଡା ଗ୍ରାମରେ l ସାବତ ମା ପାର୍ବତୀ କହ୍ନର ନିଜ ନଅ ବର୍ଷର ଝିଅର ଗାଲ କୁ ବ୍ଲେଡରେ କାଟିଥିବା ନେଇ ଚାଇଲଡ ଲାଇନରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଂଚିଛି ଚାଇଲଡ ଲାଇନ ଟିମ l

ଦିଲୀପ ଦିଗାଲ ପୂର୍ବରୁ ବିବାହ କରିଥିବା ପ୍ରଥମ ସ୍ତ୍ରୀ ସ୍ବର୍ଗତ ନର୍ମଦା ଦିଗାଲଙ୍କ ଝିଅକୁ ବିଭିନ୍ନ ସମୟରେ ଦ୍ଵିତୀୟ ସ୍ତ୍ରୀ ପାର୍ବତୀ ନିର୍ଯାତନା ଦେଇ ଆସୁଥିବା ତଦନ୍ତରୁ ଚାଇଲଡ ଲାଇନ ଟିମ ଜାଣିବାକୁ ପାଇଛି l ପ୍ରଥମ ସ୍ତ୍ରୀର ପରିବାର ସଦସ୍ୟ ମଧ୍ୟ ପୂର୍ବରୁ ସାବତ ମା ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଝିଅର ମାମୁଁ କୃଷିପ ଦିଗାଳ l ଚାଇଲଡ ଲାଇନ ଟିମ ଛୋଟ ଝିଅକୁ ଉଦ୍ଧାର କରି ସିଡବ୍ଲୁସି ରେ ହସ୍ତାନ୍ତର କରିଥିବା ବେଳେ ଝିଅଟି ସୁସ୍ଥ ଥିବା କହିଛନ୍ତି ଚାଇଲଡ ଲାଇନ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା l ଚାଇଲଡ ଲାଇନ ଟିମ ବାଲିଗୁଡା ଥାନାରେ ନିର୍ଯାତନା ନେଇ ଲିଖିତ ଅଭିଯୋଗ ପରେ ବାଲିଗୁଡା ପୋଲିସ ସାବତ ମାକୁ ଅଟକ ରଖି ତଦନ୍ତ ଜାରି ରଖିଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: