ନିମ୍ନ ମାନ କାମର ଅଭିଯୋଗ, ହରଭଙ୍ଗା

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୯/୦୨): ଆଠ କୋଟି ଟଙ୍କାର ସରକାରୀ ରାଜସ୍ୱ କେଉଁ ଭଳିଆ ଖର୍ଚ୍ଚ ହେଉଛି ଏହାର ପ୍ରମାଣ ଦେଉଛି ଖରଭୁଇଁ ନାଳ ଠାରୁ ଖଣ୍ଡହତା ନୂତନ ତିଆରି ହେଉଥିବା ଆର ଡ଼ି ରୋଡ଼ | ଏହା ସଂକୁଲୋଇ, କରଞ୍ଜକଟା ତିଲେଶ୍ଵର ଓ ଧଳପୁର ଚାରୋଟି ପଞ୍ଚାୟତ କୁ ସଂଯୋଗ କରୁଛି |

ରାସ୍ତା କାମ ନିମ୍ନ ମାନର ହେଉଥିବା ନେଇ କାମନାଥ ପୁର ଗ୍ରାମର ଜନସାଧାରଣ ବିରୋଧ କରିଥିଲେ | ସାଧାରଣ ଜନତା ଯେଉଁ ଜାଗାରେ ସ୍ୱର ଉଠାଉଛି ସେହି ଜାଗାକୁ ସରକାରୀ ଯନ୍ତ୍ରୀ କାହଁକି ତଦାରଖ କରୁ ନାହାନ୍ତି | କାମର ସୂଚନା ଫଳକ ବି ଲଗାହେଉନି କାମର ଟଙ୍କା ଉଠାଯାଉଛି | ଏହାର ସଠିକ ତଦନ୍ତ କରି ଉପଯୁକ୍ତ କାମ କରିବା ପାଇଁ ଜନ ସାଧାରଣଙ୍କ ପ୍ରଶାସନ ଅଭିଯୋଗ ହେଉଛି |

Welcome to Odisha News24

error: Content is protected !!
%d bloggers like this: