ନିମ୍ନ ମାନର ପି. ଡବ୍ଲୁ. ଡୀ. କାମର ଅଭିଯୋଗ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୯/୦୧): ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରୁ ଧଳପୁର ପର୍ଯ୍ୟନ୍ତ P. W. D. ରାସ୍ତାର ଉନ୍ନତି କରଣ କାର୍ଯ୍ୟ ଏବେ ଚାଲୁଥିବା ସମୟରେ ଅଂଚଳର ଜନସାଧାରଣ ମାନେ ନିମ୍ନ୍ ମାନର କାମ ହେଉଛି ବୋଲି ଅଭିଯୋଗ କରିଛନ୍ତି |

ଦୀର୍ଘ ଏକ ବର୍ଷ ହେଲା କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲାଗିପାରିନି ସୂଚନା ଫଳକ!ସରକାରୀ ଯନ୍ତ୍ରୀ ମାନେ କାମର ତଦାରଖ କରୁଛନ୍ତି କି ନାହିଁ ତାହା ଲୋକଲୋଚନ ବାହାରେ | ତିଲେଶ୍ଵର ଓ ଧଳପୁର ବଜାର କାମ ହୋଇନଥିବା ସ୍ଥଳେ ସକାଳର କୁହୁଡି ଠୁ ଅଧିକ ଧୂଳି ଯାନବାହାନ ଗଲାସମୟରେ ଉଡୁଛି!ଯାହାକି ଜନସାଧାରଣ ଦୁର୍ଘଟଣା ହେବ ସହିତ ଧନଜୀବନ ନଷ୍ଟ ହେଉଛି | ଏହାକୁ ନେଇ ଠିକାଦାରଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଦୁଇ ବଜାର ରେ ପାଣି ସ୍ପ୍ରେ କରୁନାହାନ୍ତି!ତେଣୁ ପ୍ରଶାସନ ଏହାଉପରେ ଧ୍ୟାନ ଦେଇ ଯଥାଶୀଘ୍ର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: