ନିମ୍ନମାନ କାମର ଅଭିଯୋଗ କଲେ ଗ୍ରାମବାସୀ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୧୨/୦୪): ବାରମ୍ବାର ଚାଲିଛି ହରଭଙ୍ଗା ବ୍ଲକ ରେ ନିମ୍ନ ମାନ ରାସ୍ତା କାମର ଅଭିଯୋଗ | କିନ୍ତୁ କିଛିବି ସୁଫଳ ମିଳୁନି | ଠିକାଦାର ଓ ସରକାରୀ ଯନ୍ତ୍ରୀ, ବାବୁ ମାନେ ମଧୁଚନ୍ଦ୍ରିକା ସାଜିଛନ୍ତି | ଲକ୍ଷ ଲକ୍ଷ ସରକାରୀ ରାଜସ୍ୱ ଖର୍ଚ୍ଚ ହେଉଛି | ହେଲେ ସଠିକ କାମ ହୋଇପାରୁନି |

ଦେଖନ୍ତୁ ଏ ଭିଡିଓ ଓ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ : 

https://youtu.be/7qqjyaVG5Cc

ଘଟଣାଟି ସଂକୁଲୋଇ ପଚାୟତ ଶଙ୍କରଡ଼ା ସାଇଟ ୱାଲ କାମ | ୧୮ଟି ବାଲି ଓ ୧୮ ଟି ମେଟାଲରେ ଅଧ ବସ୍ତା ସିମେଣ୍ଟ ମିଶ୍ରିତରେ ଚାଲିଛି କାମ | ବିନା ସୁଚନା ଫଳକ ଓ ମାଟି ମିଶା ମେଟାଲ | ବାରବାର ଅଭିଯୋଗ ହେଉଛି କିନ୍ତୁ କାମ ଚାଲୁରହୁଛି | ତେଣୁ ପ୍ରଶାସନକୁ ଗ୍ରାମବାସୀଙ୍କ ଅଭିଯୋଗ ଏହି କାମର ସଠିକ ତଦାରଖ କରି ଉପଯୁକ୍ତ କାର୍ଯ୍ୟ କରାଯାଉ |

Welcome to Odisha News24

error: Content is protected !!
%d bloggers like this: